ରାଜ୍ୟ

ଟଙ୍କା ନଦେଇ ଖସି ପଳାଉଥିଲେ ଗ୍ରାହକ; ଅଟକାଇବାରୁ ୱେଟର୍‌କୁ କାର୍‌ରେ ଘୋଷାରି ନେଲେ

ମୁମ୍ବାଇ: ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ହୋଟେଲ୍‌ର ୱେଟର୍‌ ଗ୍ରାହକଙ୍କୁ ଖାଦ୍ୟ ବିଲ୍‌ ମାଗିବାରୁ ରାଗରେ ୩ ଜଣ ଗ୍ରାହକ ୱେଟର୍‌ଙ୍କୁ ନିଜ କାର୍‌ରେ ଘୋଷାରି ନେଉଥିବାର ଦେଖିବାକୁ ମିଳିଛି। ଗ୍ରାହକ ୱେଟର୍‌ଙ୍କୁ ଏକ କାରରେ ଏକ କିଲୋମିଟରରୁ ଅଧିକ ବାଟ ଟାଣି ନେବାର ଦେଖିବାକୁ ମିଳିଛି।

ସିସିଟିଭି ଫୁଟେଜରେ ଦର୍ଶାଯାଇଛି ଯେ ୱେଟର ସେମାନଙ୍କ କାରର କବାଟ ଖୋଲି ଗ୍ରାହକଙ୍କୁ କିଛି କହୁଛନ୍ତି। ମାତ୍ର ଗ୍ରାହକ ଗାଡ଼ି ଚଳାଇ ତାଙ୍କୁ ଟାଣି ନେଇ ପଳାଉଛନ୍ତି। 

ଖବର ଅନୁଯାୟୀ, ଶନିବାର ଦିନ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ମେହେକର-ପନ୍ଦରପୁର ପାଲଖୀ ରାଜପଥରେ ତିନିଜଣ ବ୍ୟକ୍ତି ଖାଇବାକୁ ଏକ ହୋଟେଲ୍‌କୁ ଯାଇଥିଲେ। ସେମାନେ ହୋଟେଲ ବାହାରେ ସେମାନଙ୍କ ଗାଡ଼ି ପାର୍କିଂ କରି ହୋଟେଲ୍‌ରେ ଖାଇଥିଲେ। ସେମାନେ ସେମାନଙ୍କର ଖାଦ୍ୟ ଖାଇ ସାରିବା ପରେ, ତିନିଜଣ ନିଜ  କାରକୁ ଫେରି ୱେଟରଙ୍କୁଆଇ କ୍ୟୁଆର୍‌ କୋଡ୍‌ ସ୍କାନର ଆଣିବାକୁ ପଠାଇଥିଲେ। ଯାହା ଦ୍ବାରା ସେମାନେ ନିଜର ବିଲ୍‌ ପୈଠ କରିଥାନ୍ତେ।

ୱେଟର୍‌ ଜଣକ ସ୍କାନର ଆଣି ଆସିବା ପ‌ରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ହଠାତ୍‌ କାର୍‌ ବାହାରେ ଥିବା ଜଣେ ଗ୍ରାହକ ଦୌଡ଼ି ଯାଇ କାର୍‌ ଭିତରେ ପଶି ପଳାଇ ଯିବାକୁ ଚେଷ୍ଟା କରିଥିଲେ। ମାତ୍ର ୱେଟର୍‌ କାର୍‌ର‌ ଡୋର୍‌କୁ ଖୋଲି ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିବାକୁ ସେମାନେ ୱେଟରଙ୍କୁ ପ୍ରାୟ ୧ କିଲୋମିଟର୍‌ ବାଟ ଘୋଷାରି ନେଇଥିଲେ। 

କେବଳ ସେତିକି ନୁହେଁ, ମେସାନେ ୱେଟର୍‌ଙ୍କ ଆଖିକୁ ବାନ୍ଧି ରାତି ଯାକ ଏକ ସ୍ଥାନରେ ରଖି ମାଡ଼ ମାରିବା ସହ ତାଙ୍କ ପକେଟ୍‌ରୁ ଟଙ୍କା ଚୋରେଇ ନେଇଥିଲେ। ସକାଳେ ସେମାନେ ୱେଟର୍‌କୁ ଛାଡ଼ିବା ପରେ ସେ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି। 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।