ଅପରାଧ ରାଜ୍ୟ

ଟଙ୍କା ଦେଲେ ମିଳେ ମୃତ୍ୟୁ ପ୍ରମାଣପତ୍ର, ଭାଇରାଲ୍‌ ହେଲା ଅଧିକାରୀଙ୍କ ଲାଞ୍ଚ ନେବା ଭିଡିଓ

ସୋର, ୧୩/୦୫: ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ଧରାପଡି ହଟହଟା ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଲେଶ୍ଵର ଜିଲ୍ଲା ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଙ୍ଗାଳପୁର ପଞ୍ଚାୟତର ଇଶାଣ ଗ୍ରାମର ଜଗବନ୍ଧୁ ମଲ୍ଲିକ ବାପା ରବିନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ପ୍ରମାଣପତ୍ର ନେବାକୁ ଆସିଥିଲେ। ପ୍ରମାଣପତ୍ର ନେବାକୁ ହେଲେ ଲାଞ୍ଚ ଦେବାକୁ ପଡିବ ବୋଲି ଜନ୍ମମୃତ୍ୟୁ ପ୍ରମାଣପତ୍ର ଦେଉଥିବା ସୁପରଭାଇଜର ଦିବାକର ମହାନ୍ତି ଜଗବନ୍ଧୁଙ୍କୁ କହିଥିଲେ ।

ଫଳରେ ଜଗବନ୍ଧୁ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ବାଧ୍ୟ ହୋଇ ଅଧିକାରୀ ଜଣଙ୍କୁ ଲାଞ୍ଚ ଦେଇଥିଲେ । ଯାହା ସୋସିଆଲ ମିଡିଆରେ ଭାଇରlଲ ହେଉଛି । ଦିନ ଦ୍ୱିପ୍ରହରରେ ସାଧାରଣ ଗରିବ ଲୋକମାନଙ୍କ ଠାରୁ ଏପରି ଲାଞ୍ଚ ନିଆଯାଉଛି। ଲାଞ୍ଚ ନଦେଲେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡିବ ଲୋକେ ବାଧ୍ୟ ହୋଇ ଉତ୍କୋଚ ଦେଉଛନ୍ତି । ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରମ୍ବାର ଏଭଳି ଘଟୁଛି । ଏଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।