ଅପରାଧ ରାଜ୍ୟ

ଝୋଟ ବସ୍ତାରେ ଚାଉଳ, ଗହମ ଏବଂ ଚିନିର ପ୍ୟାକେଜିଂ ବାଧ୍ୟତାମୂଳକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଝୋଟ ବସ୍ତାରେ ଚାଉଳ, ଗହମ ଏବଂ ଚିନିର ପ୍ୟାକେଜିଂ ବାଧ୍ୟତାମୂଳକ କରାଯାଇଛି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି। ଝୋଟ ବସ୍ତାରେ ଚିନିର ପ୍ୟାକେଜିଂ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏଥିଯୋଗୁଁ ସର୍ବାଧିକ ଝୋଟ ଉତ୍ପାଦନକାରୀ ପଶ୍ଚିମବଙ୍ଗ ସମେତ ଓଡ଼ିଶା, ବିହାର, ଆସାମ, ତ୍ରିପୁରା, ମେଘାଳୟ, ଆନ୍ଧ୍ରପ୍ରଦେଶର ଚାଷୀ, ଶ୍ରମିକ ଏବଂ ଝୋଟକଳ ମାଲିକମାନେ ଉପକୃତ ହେବେ।

ଦେଶରେ ହାରାହାରି ୯ ଲକ୍ଷ ମେଟ୍ରିକ ଟନର ଝୋଟ ବସ୍ତା ଉତ୍ପାଦିତ ହୁଏ। ଏହି ଉଦ୍ୟୋଗ ଭାରତର ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ବିଶେଷକରି ପଶ୍ଚିମବଙ୍ଗରେ ୭୫ଟି ଝୋଟ କଳ ରହିଛି। ଝୋଟ ବସ୍ତାରେ ବାଧ୍ୟତାମୂଳକ ପ୍ୟାକେଜିଂ କାର୍ଯ୍ୟରତ ୩.୭୦ ଲକ୍ଷ ଶ୍ରମିକଙ୍କ ସହିତ ୪୦ ଲକ୍ଷ ଚାଷୀ ପରିବାରକୁ ସହାୟତା କରିବ। ଜେପିଏମ ଆଇନ, ୧୯୮୭ ଝୋଟ ଚାଷୀ, ଶ୍ରମିକ ଏବଂ ଝୋଟ ଉତ୍ପାଦନ ଲାଗିଥିବା ଲୋକମାନଙ୍କ ସ୍ବାର୍ଥ ରକ୍ଷା କରିଥାଏ। ଝୋଟ ଉଦ୍ୟୋଗର ସମୁଦାୟ ଉତ୍ପାଦନର ୭୫ ପ୍ରତିଶତ ଝୋଟ ବସ୍ତା ହୁଏ। ଭାରତୀୟ ଖାଦ୍ୟ ନିଗମ ଏବଂ ରାଜ୍ୟ କ୍ରୟ ଏଜେନ୍ସିକୁ ୮୫ ପ୍ରତିଶତ ଯୋଗାଣ ହୋଇଥାଏ। ଅବଶିଷ୍ଟକୁ ସିଧାସଳଖ ରପ୍ତାନି କରାଯାଏ କିମ୍ବା ବିକ୍ରି କରାଯାଏ। ସରକାର ପ୍ରତ୍ୟେକ ବର୍ଷ ଖାଦ୍ୟଶସ୍ୟ ପ୍ୟାକେଜିଂ ନିମନ୍ତେ ପ୍ରାୟ ୯ ହଜାର କୋଟି ଟଙ୍କାର ଝୋଟ ବସ୍ତା କିଣିଥାଆନ୍ତି। ଏହା ଦ୍ବାରା ଝୋଟ ଚାଷୀ, ଶ୍ରମିକ ଉତ୍ପାଦ ବିକ୍ରି ପାଇଁ ଗ୍ୟାରେଣ୍ଟିଯୁକ୍ତ ବଜାର ସୁବିଧା ସୁନିଶ୍ଚିତ ହୋଇଥାଏ। ଝୋଟ ଏକ ପ୍ରାକୃତି, ଜୈବ-କ୍ଷୟଯୋଗ୍ୟ, ନବୀକରଣ ଯୋଗ୍ୟ ଏବଂ ପୁନଃ ବ୍ୟବହାର ଯୋଗ୍ୟ ଫାଇବର ହୋଇଥିବାରୁ ଦୀର୍ଘସ୍ଥାୟିତ୍ବର ମାନଦଣ୍ଡକୁ ମଧ୍ୟ ପୂରଣ କରିଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।