ଖୋର୍ଦ୍ଧା ୧୬/୦୬: ବେଗୁନିଆରେ ଶିକ୍ଷକଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଶବ ଜବତ । ଶିକ୍ଷକଙ୍କ ନାମ ଅମରନାଥ ସେଠୀ । ଗତ କିଛିଦିନ ତଳେ ଚାକିରିରୁ ନିଲମ୍ବିତ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ରେ ଚାକିରି କରୁଥିଲେ। ସୁଇସାଇଡ ନୋଟ ରେ ମୃତ ଶିକ୍ଷକ ନିଜର ମୃତ୍ୟୁ ପାଇଁ ନିଜକୁ ଦାବି କରିଛନ୍ତି ।
ଚାକିରିରୁ ନିଲମ୍ବିତ ହୋଇଥିବା କାରଣରୁ ମାନସିକ ଭାରସାମ୍ ହରାଇ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ସୁଇସାଇଡ ନୋଟ୍ ଜବତ । ବେଗୁନିଆ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି।