ରାଜ୍ୟ ସ୍ପେଶାଲ ରିପୋର୍ଟ

ଝାରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ, କହିଲେ ଆପଣମାନଙ୍କ ହକ୍‌ ପାଇଁ ମୁଁ ଲଢୁଥିବି

ପଦ୍ମପୁର ୦୨/୧୨: ଆସନ୍ତା ୫ରେ ପଦ୍ମପୁର ଉପ-ନିର୍ବାଚନ । ଏଥିପାଇଁ ସବୁ ଦଳ ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ବିଜେଡି ପ୍ରାର୍ଥୀ ବର୍ଷା ରଞ୍ଜନ ସିଂହ ବରିହାଙ୍କ ପାଇଁ ଆଜି ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଝାରବନ୍ଧ ସଭାସ୍ଥଳରେ ପହଞ୍ଚି ବର୍ଷାଙ୍କ ପାଇଁ ଭୋଟ୍ ଅପିଲ୍ କରୁଛନ୍ତି ।

ଆଜି ଝାରବନ୍ଧ ସଭାସ୍ଥଳରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅଭିଭାଷଣ ଦେଇଥିଲେ । ପ୍ରଭୁ ନରସିଂହ ନାଥରୁ ଅଭିଭାଷଣ ଆରମ୍ଭ କରିଲେ ମୁଖ୍ୟମନ୍ତ୍ରୀ । ଆଉ କହିଥିଲେ ଗଙ୍ଗାଧର ମେହେରଙ୍କ ପରବିତ୍ର ମାଟିରେ ସମସ୍ତଙ୍କୁ ପ୍ରଣାମ । ଝାରବନ୍ଧ ଅଞ୍ଚଳର ପ୍ରିୟ ଭାଇ ଓ ଭଉଣୀ ମାନଙ୍କୁ ମୋର ଜୁହାର୍ । ମା ମନେ ଭଉଣୀମାନେ, ଆପଣମାନେ ସମସ୍ତେ ଏତେ ସଂଖ୍ୟାରେ ଆସିଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ସବୁବେଳେ ଆପଣମାନଙ୍କ ସୁଖଦୁଃଖରେ ସାମିଲ ହୋଇଛି । ମୁଁ ଗରିବ ଲୋକଙ୍କ ହକ୍ ପାଇଁ ଲଢେଇ ଜାରି ରଖିଛି ।

କେନ୍ଦୁପତ୍ର ତୋଳାଳୀ ମାନଙ୍କ କଲ୍ୟାଣ ପାଇଁ ହକ୍ ପାଇଁ ମୁଁ କାମ କରୁଛି । ଚାଷୀଙ୍କ କଲ୍ୟାଣ ପାଇଁ ଆମେ କାମ କରୁଛୁ । ମା ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । ଜନଜାତୀଙ୍କ କଲ୍ୟାଣ ପାଇଁ ମୁଁ କାମ କରୁଛି । ମୁଁ କଥା ନୁହେଁ କାମରେ ବିଶ୍ବାସ କରେ । ଚକ୍ରଧର ଡ୍ୟାମ ଉନ୍ନତିକରଣ, ୧୩୩/୧୧ କେଭି ସବଷ୍ଟେସନ ଆପଣମାନଙ୍କର ଦାବି ଥିଲା । ଆପଣମାନଙ୍କର ସ୍ୱପ୍ନ ସାକାର ହେବ । ମୋର ଅନୁରୋଧ, ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷ। ସିଂହ ବରିହାଙ୍କୁ ଆଶିର୍ବାଦ କରନ୍ତୁ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।