ଅପରାଧ ଦେଶ ବିଦେଶ

ଝାଡ଼ଖଣ୍ଡ: ଚଉଦ ଦିନ ପରେ ମିଳିଲା ଆଦିବାସୀ ମହିଳାଙ୍କ କଟାମୁଣ୍ଡ

ରାଞ୍ଚି : ହତ୍ୟାର ୧୪ ଦିନ ପରେ ଆଦିବାସୀ ମହିଳା ରୁବିକା ପାହାଡ଼ିନ (୨୨)ଙ୍କ କଟାମୁଣ୍ଡ ଶନିବାର ବୋରିଓ ବଜାର ନିକଟ ଏକ ପୋଖରୀରୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ମତ୍ସ୍ୟଜୀବୀମାନେ ମାଛ ଧରୁଥିବାବେଳେ ପୋଖରୀରେ ପଡ଼ିଥିବା ମୁଣ୍ଡକୁ ଦେଖି ବୋରିଓ ପୁଲିସକୁ ଖବର ଦେଇଥିଲେ।
ରେବିକା ପାହାଡିନଙ୍କୁ ତାଙ୍କ ସ୍ୱାମୀ ଦିଲଦାର ଅନସାରୀ ଏବଂ ଶାଶୂ-ଶ୍ବଶୁର ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଫୋପାଡ଼ିଥିବା ଅଭିଯୋଗ ହୋଇଥିଲା। ପରେ ସେମାନେ ଗିରଫଦାରୀକୁ ଏଡ଼ାଇବା ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। କେସ୍‌ ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ଶନିବାର ସନ୍ଧ୍ୟାରେ ସନ୍ଥାଲି ମୋମିନ ଟୋଲା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ରୁବିକାଙ୍କ ମୃତଦେହ ଉଦ୍ଧାର କରିଥିଲା। ବୋରିଓ ସନ୍ଥାଲି ଗାଁର ଏକ ନିର୍ମାଣାଧୀନ ଅଙ୍ଗନୱାଡି କେନ୍ଦ୍ର ପଛପଟୁ ମଣିଷ ଗୋଡ଼ ଏବଂ ଶରୀରର ଅନ୍ୟ ଅଙ୍ଗ ମିଳିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସନ୍ଧାନୀ କୁକୁର ସାହାଯ୍ୟରେ ବିଭିନ୍ନ ସ୍ଥାନ ଖୋଜାଖୋଜି କରାଯାଇଥିଲା। ଆଇନ ଶୃଙ୍ଖଳା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳରେ ପୁଲିସ ମୁତୟନ କରାଯାଇଛି। ରୁବିକାଙ୍କ ସ୍ବାମୀ, ଶାଶୂ-ଶ୍ବଶୁରଙ୍କୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ