ରାଜ୍ୟ

ଝାଡଖଣ୍ଡରେ ଓଡ଼ିଆ ବିଦ୍ୟାଳୟକୁ ଅଣଦେଖା: ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବିଚ୍ଛିନ୍ନାଞ୍ଚଳ ଝାଡଖଣ୍ଡର ରାଜ୍ୟରେ ଓଡ଼ିଆ ବିଦ୍ୟାଳୟକୁ ଅଣଦେଖା ଘଟଣା। ପଶ୍ଚିମ ସିଂହଭୂମ ଜିଲ୍ଲାର ଓଡିଆ ମାଧ୍ୟମିକ ବିଦ୍ୟାଳୟ କେରା ଓଡିଆ ମାଧ୍ୟମିକ ବିଦ୍ୟାଳୟ ୧୮୮୫ ମସିହାରେ ସ୍ଥପିତ ହୋଇଥିଲା।

ରାଇରଙ୍ଗପୁର: ବିଚ୍ଛିନ୍ନାଞ୍ଚଳ ଝାଡଖଣ୍ଡର ରାଜ୍ୟରେ ଓଡ଼ିଆ ବିଦ୍ୟାଳୟକୁ ଅଣଦେଖା ଘଟଣା। ପଶ୍ଚିମ ସିଂହଭୂମ ଜିଲ୍ଲାର ଓଡିଆ ମାଧ୍ୟମିକ ବିଦ୍ୟାଳୟ କେରା ଓଡିଆ ମାଧ୍ୟମିକ ବିଦ୍ୟାଳୟ ୧୮୮୫ ମସିହାରେ ସ୍ଥପିତ ହୋଇଥିଲା। ୨୦୧୯ ମସିହାରେ ୮ ଟି ଶ୍ରେଣୀଗୃହ ମଧ୍ୟରୁ ୬ ଟି ଶ୍ରେଣୀଗୃହକୁ ବିପଦ ସଂକୁଳ ଦର୍ଶାଇ ଝାଡଖଣ୍ଡ ସରକାର ଭାଙ୍ଗି ଦେଇଥିଲେ। ଇତି ମଧ୍ୟରେ ଭାଙ୍ଗିବାର ୭ ବର୍ଷ ବିତିଯାଇଥିଲେ ମଧ୍ୟ ଝାଡଖଣ୍ଡ ସରକାର ପୁନଃନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ। ଫଳରେ ସେଠାରେ ପାଠପଢୁଥିବା ୨୨୨ ଜଣ ଓଡିଆ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ସେମାନେ କିଛିଦିନ ପୂର୍ବରୁ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ମଧ୍ୟ ହସ୍ତକ୍ଷେପ କରିଛନ୍ତି। ମଙ୍ଗଳବାର ଦିନ ପୁଣି କେରା ଗ୍ରାମର ୧୨ ଜଣିଆ ପ୍ରତିନିଧି ଦଳ ଆଜି ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇଁବସାଠାରେ ଥିବା ଜିଲ୍ଲାପାଳଙ୍କୁ ଡିଡିସିଙ୍କ ଜରିଆରେ ୩ ଦଫା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବି ଗୁଡିକ ହେଲା;- ଭାଙ୍ଗି ଯାଇଥିବା ଶ୍ରେଣୀ ଗୃହକୁ ଭାଙ୍ଗି ଯାଇଥିବାରୁ ଛାତ୍ରଛାତ୍ରୀମାନେ ଗଛମୂଳେ ଓ ବାରଣ୍ଡାରେ ଅଧୟନ କରୁଛନ୍ତି। ତାହା ବିପଦ ସଂକୁଳ ଅବସ୍ଥାରେ ଅଛି। ଏଣୁ ଯଥାଶୀଘ୍ର ଶ୍ରେଣୀଗୃହ ନିର୍ମାଣ ପାଇଁ ୱାର୍କ ଅର୍ଡର ପ୍ରଦାନ କରାଯାଉ। 

ଦ୍ୱିତୀୟରେ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢାଯାଉଛି। କିନ୍ତୁ ୩ ଜଣ ଅଣ ଓଡ଼ିଆ ଶିକ୍ଷକ ସେମାନଙ୍କୁ ଅଧ୍ୟୟନ କରୁଛନ୍ତି। ଏଣୁ ସମସ୍ତ ୮ ଜଣ ଓଡିଆ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ ଦିଆଯାଉ ଏବଂ ତୃତୀୟ ଦାବି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଘୋଷଣା କରିଥିଲେ ଉକ୍ତ ବିଦ୍ୟାଳୟକୁ ହାଇସ୍କୁଲର ମାନ୍ୟତା ଦିଆଯିବ। ବର୍ତ୍ତମାନ ସୁଦ୍ଧା ହାଇସ୍କୁଲ ହୋଇପାରିଲା ନାହିିଁ। ତେବେ ଏ ସମସ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ କେରା ବିଦ୍ୟାଳୟକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ବନ୍ଦ କରିବେ। ଯଦି ତାପରେ ବି ଝାଡଖଣ୍ଡ ସରକାର କୌଣସି ପଦକ୍ଷେପ ନିଅନ୍ତି ତାହେଲେ ଆଗାମୀ ବିଧାନସଭା ନିର୍ବାଚନରେ ଭୋଟ୍ ବର୍ଜନ କରିବେ ବୋଲି ଚେତାବନୀ ଦେବେ ବୋଲି ପ୍ରକାଶ କରିଛନ୍ତି। 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।