ରାଜ୍ୟ

ଜ୍ବରରେ କମ୍ପୁଛି ଗୁହିଆଶାଳ: ରୋଗୀଙ୍କୁ ଡାକ୍ତରଖାନା ନେବାକୁ ନାକେଦମ୍‌ ହେଲେ ଡାକ୍ତରୀ ଦଳ,ଜଣେ ରୋଗୀ ପାଇଁ ୧୩ଜଣ ଅଟକି ରହିଲେ

କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ନଗଡ଼ା ପଡ଼ୋଶୀ ଗୁହିଆଶାଳ ଗାଁ ଜ୍ବର କମ୍ପୁଛି। ଏହି ଗାଁର ବହୁଜଣ ଜ୍ବରରେ ଆକ୍ରାନ୍ତ ଅଛନ୍ତି। ସୂଚନା ପାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କ ନିର୍ଦ୍ଦେଶରେ ତଥା ବରିଷ୍ଠ ଚିକିତ୍ସାଧିକାରୀ ଡାକ୍ତର ସୁବାସ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ବରେ ବରିଷ୍ଠ ସ୍ବାସ୍ଥ୍ୟ ପରିଦର୍ଶକ ଅନ୍ତର୍ଯ୍ୟାମୀ ଧଳ, ନରହରି ପୂର୍ତ୍ତି, ଭାସ୍କର ହାଇବ୍ରୁ, ମେଘନାଦ ଦେହୁରୀ, ଶରତ ମହାନ୍ତ ଓ ଜୟନ୍ତୀ ମହାନ୍ତଙ୍କୁ ନେଇ ୭ ଜଣିଆ ସ୍ବତନ୍ତ୍ର ଡାକ୍ତରୀଦଳ ସୋମବାର ଗୁହିଆଶାଳ ପହଞ୍ଚିଥିଲେ।

ଅଧିକାଂଶ ରୋଗୀ ଓ ପରିବାର ଡାକ୍ତରଖାନା ଯିବା ଶୁଣି ଲୁଚିଥିଲେ। ଗୁଣିଗାରେଡ଼ି କିମ୍ବା ଗାଁରେ ଥାଇ ଔଷଧ ଖାଇ ରହିବାକୁ ଜିଦ୍‌ କରିଥିଲେ। ବୁଝାସୁଝା ପରେ ୬ ଜଣ ରୋଗୀ ଓ ​ସେମାନଙ୍କ ସଂପର୍କୀୟଙ୍କୁ ବୋଲେରୋରେ ନାଲିଆଡାବ ଅଣାଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା।

ଆକ୍ରାନ୍ତମାନେ ତାରା ଓ କାଳିଆ ପ୍ରଧାନଙ୍କ ୨ ପୁଅ ରଞ୍ଜିତ(୪୮ ମାସ) ଓ ବଦ୍ରି(୩୦ ମାସ), ଲକ୍ଷ୍ମଣ ପ୍ରଧାନ(୪୪), ତାଙ୍କ ପତ୍ନୀ ସ‌ାଧବାଣୀ(୪୧), ନନ୍ଦ ପ୍ରଧାନଙ୍କ ପତ୍ନୀ ପଲଏ(୪୦), ଶୁକୁରା ପ୍ରଧାନଙ୍କ ପତ୍ନୀ ରୁପାଇ(୨୭)। ୩ ଅସୁସ୍ଥ ମାଆ ସେମାନଙ୍କ କୋଳରେ ଥିବା ଛୁଆ ଓ ସ୍ବାମୀ ସହ ଆସିଥିଲେ। ୪ ବର୍ଷର ଶିଶୁ ରଞ୍ଜିତର ଜର କମୁନଥିବା ସହ ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ଜଣାପଡ଼ିଥିଲା। ଏଠାରେ ଶିଶୁ‌ରୋଗ ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗଣା ଶିଶୁକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ଯୋଜନା ହୋଇଥିଲା। ଏକଥା ଜାଣିବା ପରେ ମାଆବାପା ଦୁହେଁ ଛୁଆକୁ ଧରି ଲୁଚି ପଳାଇବା ଉଦ୍ୟମ କରିଥିଲେ।

ଅନ୍ୟ ୫ ଜଣ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲେ ହେଁ କେବଳ ତାରା ଓ କାଳିଆ ପ୍ରଧାନଙ୍କୁ ଅଟକାଇ ରଖାଯିବା ସମ୍ଭବ ନଥିବାରୁ ୧୩ ଜଣ ଗ୍ରାମବାସୀଙ୍କୁ ଡାକ୍ତରଖାନାରେ ରଖାଯାଇଛି। ଗାଁରେ ଥିବା ଅନ୍ୟ ରୋଗୀମାନଙ୍କୁ ଔଷଧ ଦିଆଯାଇଛି, ଆବଶ୍ୟକ ସ୍ଥଳେ ପର୍ଯ୍ୟାୟକ୍ରମେ ସେମାନଙ୍କୁ ମେଡିକାଲ୍ ଅଣାଯିବ ବୋଲି ସୂଚନା ମିଳିଛି। ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭାଶିଷ ଜେନାଙ୍କୁ ଯୋଗାଯୋଗ କରିବାରେ ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା କହନ୍ତି। କିଛି ବିଭାଗୀୟ ସମସ୍ୟା ପାଇଁ ରୋଗୀଙ୍କ ସହ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ଡାକ୍ତରଖାନାରେ ରଖାଯାଇଥିବା କହିଛନ୍ତି

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।