ଖେଳ

ଜେଲ୍‌ରେ ସୁଶୀଲଙ୍କ ‘ସ୍ବତନ୍ତ୍ର ଖାଦ୍ୟ’ ଅନୁରୋଧକୁ ଅଦାଲତଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଯୁବ କୁସ୍ତିଯୋଦ୍ଧା ସାଗର ଧନକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଅଲିମ୍ପିକ୍ସ ପଦକ ବି‌ଜେତା ସୁଶୀଲ କୁମାର ଜେଲ୍ ଭିତରେ ସ୍ବତନ୍ତ୍ର ଖାଦ୍ୟ ଓ ଫୁଡ୍‌ ସପ୍ଲିମେଣ୍ଟ ପାଇଁ କରିଥିବା ଦାବିକୁ ଦିଲ୍ଲୀର ଏକ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଫୁଡ୍ ସପ୍ଲି‌ମେଣ୍ଟ ଓ ସ୍ବତନ୍ତ୍ର ଖାଦ୍ୟ ଅତ୍ୟାବଶ୍ୟକ ନୁହେଁ, ଏଣୁ ଏହି ଆବେଦନକୁ ଗ୍ରହଣ କରାଯାଇ ପାରିବନାହିଁ ବୋଲି ମାନ୍ୟବର ଅଦାଲତ ତାଙ୍କ ରାୟରେ କହିଥିଲେ। ଦିଲ୍ଲୀ ଜେଲ୍ ନିୟମ ୨୦୮ ଅନୁସାରେ ସୁଶୀଲଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଓ ଖାଦ୍ୟ ମିଳୁଛି।

ଏଣୁ ସ୍ବତନ୍ତ୍ର ଭାବେ ଅନ୍ୟ କୌଣସି ଜିନିଷ ପାଇଁ କହିବା ଦରକାର ନାହିଁ ବୋଲି ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସତବୀର ସିଂହ ଲାମ୍ବା ରୋକଠୋକ୍ ଭାବେ କହିଥିଲେ। ଆଇନ ଆଖିରେ ସମସ୍ତେ ସମାନ ବୋଲି ମଧ୍ୟ ଏହି ଅବସରରେ ବିଚାରପତି ଲାମ୍ବା କହିଥିଲେ। ସୂଚନାଯୋଗ୍ୟ ଯେ ଜଣେ କ୍ରୀଡ଼ାବିତ୍‌ ହୋଇଥିବାରୁ ଶରୀରର ଶକ୍ତି ଓ ସାମର୍ଥ୍ୟ ବଜାୟ ରଖିବା ଲାଗି କିଛି ସ୍ବତନ୍ତ୍ର ଖାଦ୍ୟ ପାଇଁ ତାଙ୍କୁ ଅନୁମତି ମିଳୁ ବୋଲି ସୁଶୀଲ ନିଜ ଆବେଦନ ପତ୍ରରେ ଦର୍ଶାଇଥିଲେ। ଯାହାକୁ ଜେଲ୍ ଅଧିକାରୀମାନେ ବିରୋଧ କରିଥିଲେ। ଜେଲ୍‌ର ଖାଦ୍ୟ ଖାଇବାକୁ ବାଧ୍ୟ ହେଉଥିବା ଦୁଇଟି ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କିନ୍ତୁ ବ୍ୟାୟାମ କରିବା ଜାରି ରଖିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ