ଦେଶ ବିଦେଶ ମନୋରଞ୍ଜନ

ଜେଲରେ ରହିବେ ଶାହରୁଖଙ୍କ ପୁଅ ଆର୍ଯ୍ୟନ, ବେଲ୍ ଖାରଜ

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଫସିଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ମୁମ୍ବାଇ କୋର୍ଟ । ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଆର୍ଯ୍ୟନ୍ ଖାନ୍ । ଆର୍ଯ୍ୟନଙ୍କ ସମେତ ଅର୍ବାଜ ମର୍ଚ୍ଚାଣ୍ଟ, ମୁନମୁନ ଧମେଚାଙ୍କୁ ବି ଜାମିନ୍ ମିଳିଲାନି । ତାଙ୍କ ଜାମିନ ଆବେଦନକୁ ଗ୍ରହଣୀୟ ବୋଲି କହିଛନ୍ତି କୋର୍ଟ ।

ତେବେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ସିରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଭାଗ ନେଇଥିବାରୁ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଅଟକ ରଖାଯାଇଥିଲା । ଗତ ୨ ତାରିଖରେ ଆର୍ୟନଙ୍କୁ ଏନସିବି ଗିରଫ କରିଥିବା ବେଳେ ତାଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳିନଥିବା କୁହାଯାଉଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ