ଅପରାଧ ରାଜ୍ୟ

ଜେଲରେ କଏଦୀ ମୃତ, ବିଳମ୍ୱିତ ରାତିରେ ବଗିଡିଥିଲା ସ୍ୱାସ୍ଥ୍ୟାବସ୍ଥା

ବୌଦ୍ଧ ୨୭/୦୯: ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ସ୍ଵତନ୍ତ୍ର ଉପ କାରାଗାର । ୨ ମାସ ତଳେ ଜଣେ କଏଦୀଙ୍କ ବେକ କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ କିଛି କଏଦୀ । ସେତେବେଳେ ପ୍ରଶ୍ନ ଘେରରେ ଆସିଥିଲେ ଜେଲ କର୍ମଚାରୀ । ସେପଟେ ଆଜି ପୁଣି ଜେଲ୍ ରେ ଜଣେ କଏଦୀ ମୃତ୍ୟୁ । ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହ ଜଣକ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ।

ମୃତ କଏଦୀ ଜଣକ କଣ୍ଟାମାଳ ବ୍ଲକ୍ କଳରକୋଠା ଗ୍ରାମର ଅରକ୍ଷିତ ସାହୁ । ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଅଣାଗଲା । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରେ ବିଚାରାଧୀନ ଭାବେ ଥିବା କଣ୍ଟାମାଳ ବ୍ଲକ୍ କଲାରକୋଠା ଗ୍ରାମର ଯୁବକ ଅରକ୍ଷିତ ସାହୁ ନାମକ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ବାରେ ଲାଗିଥିଲା ଫଳରେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତି କରାଯାଇଥିଲା । ତେବେ ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ଏକ ସ୍ଵାଭାବିକ ମୃତ୍ୟୁ ନା କେହି ତାଙ୍କୁ ହତ୍ୟା କରିଦେଇଛି ତାହା ଏବେ ସ୍ପଷ୍ଟ ହୋଇନାହିଁ ।

ସେପଟେ ଏ ସଂପର୍କରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଅରକ୍ଷିତଙ୍କ ହତ୍ୟା କରାଯାଇ ନାହିଁ ତ । ଏହି ହତ୍ୟାରେ ଜେଲ କର୍ମଚାରୀ ସମ୍ପୃକ୍ତ ଅଛନ୍ତି କି । ନା କଏଦୀଙ୍କ ସହ ମାଡପିଟ ଯୋଗୁଁ ଏଭଳି ଘଟଣା ଘଟିଛି । ତାହା ଏବେ ପ୍ରଶ୍ନବାଚୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।