ପୁରୀ ୧୬/୧୧: ଜେଜେ ବାପାଙ୍କ ମାନସିକ ପୂରଣ କରିଛନ୍ତି ଦୁଇଭାଇ । ମାନସିକ ପୂରଣ ପାଇଁ ଦଣ୍ତପ୍ରଣାମ କରି ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି । ପିପିଲି ତେଇଶିପୁର ଅଞ୍ଚଳର ଏହି ଦୁଇଭାଇ ହେଉଛନ୍ତି ଟୁଲୁ ମହାରଣା ଓ ବାଦଲ ମହାରଣା । ଜେଜେ ବାପା ଙ୍କ ମାନସିକ ପୂରଣ କରିବା ପାଇଁ ଦଣ୍ତ ପ୍ରଣାମ କରି ଏହି ଦୁଇ ଭାଇ ସିଂହଦ୍ଵାର ଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି ।
ତେବେ ଜେଜେ ବାପା କଣ ମାନସିକ ରଖିଥିଲେ ମହାପ୍ରଭୁଙ୍କ ନିକଟରେ ସେକଥା ଏହି ଦୁଇଭାଇ ଜାଣନ୍ତି ନାହିଁ । ଜେଜେ ଆରପାରିରେ ଥିଲେ ମଧ୍ୟ ତାଙ୍କ ମାନସିକ ପୂରଣ କରିବା ପାଇଁ ବାପାଙ୍କ ଆଦେଶ ଥିଲା । ସେଥିପାଇଁ ଦଣ୍ତପ୍ରଣାମ କରି ଏହି ଦୁଇ ଭାଇ ଶ୍ରୀମନ୍ଦିର ରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ ଲାଭ ସହ ଜେଜେବାପା ଙ୍କ ମାନସିକ ପୂରଣ ହୋଇଥିବା କହିଛନ୍ତି ।

