ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୁନ୍‌ ୨୩ରେ ବିରୋଧୀ ଦଳ ନେତାଙ୍କ ବୈଠକ: ରାହୁଲ, ମମତା, କେଜ୍ରିୱାଲ ଯୋଗଦେବେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅଣ ବିଜେପି ଦଳଗୁଡ଼ିକ ଏବେ ବିଜେପି ବିରୋଧରେ ଏକଜୁଟ ହୋଇଛନ୍ତି। ଆସନ୍ତା ଜୁନ୍‌ ୨୩ ତାରିଖରେ ବିହାରର ପାଟନାରେ ବିରୋଧୀ ଦଳ ନେତାଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନ୍‌ସିପି ମୁଖ୍ୟ ଶରଦ ପାୱାର ଏବଂ ଡିଏମ୍‌କେ ସୁପ୍ରିମୋ ଏମ‌କେ ଷ୍ଟାଲିନଙ୍କ ସମେତ ଅନ୍ୟ ଶୀର୍ଷ ନେତାମାନେ ଯୋଗ ଦେବେ ବୋଲି ଜେଡିୟୁ ମୁଖ୍ୟ ଲଳନ ସିଂହ କହିଛନ୍ତି। ଜୁନ୍‌ ୨୩ରେ ‌ବୈଠକ ପାଇଁ ସମସ୍ତ ବିରୋଧୀ ଦଳ ରାଜି ହୋଇଛନ୍ତି।

ପୂର୍ବରୁ ଜୁନ୍‌ ୧୨ ତାରିଖରେ ଏହି ବୈଠକ ହେବାର ଥିଲା। କିନ୍ତୁ କଂଗ୍ରେସ, ଡିଏମ୍‌କେ ଏବଂ ସିପିଏମ୍‌ର ଅନୁରୋଧ ପରେ ଏହି ବୈଠକକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ ଅଛନ୍ତି ଏବଂ ଏବେ ସେ ବିଦେଶରେ ଅଛନ୍ତି। ଉଲ୍ଲେଖଯୋଗ୍ୟ,ଏ‌ହି ବୈଠକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଏକ ପରିକଳ୍ପନା। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ମେଣ୍ଟ ପାଇଁ ଏହି ବୈଠକ ନିର୍ଣ୍ଣାୟକ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ