ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୁନ୍‌ ମାସରେ ସହରୀ ଭାରତୀୟଙ୍କ ସୁଖର ସ୍ତର ହ୍ରାସ ପାଇଛି: ସର୍ଭେ

ନୂଆଦିଲ୍ଲୀ: ଚଳିତମାସରେ ଭାରତୀୟଙ୍କର ସୁଖ ସ୍ତରରେ ହ୍ରାସ ଘଟିଥିବା ‘ଇପସୋସ ଇଣ୍ଡିଆବସ୍ ହାପିନେସ୍ ମନିଟର’ ପକ୍ଷରୁ କୁହାଯାଇଛି। ଦୁଃଖୀ ସହରୀ ଭାରତୀୟଙ୍କ ଯୋଗୁ ଏହା ଘଟିଛି ବୋଲି ଅନୁଧ୍ୟାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। ଗତ ମେ ମାସରେ ମଧ୍ୟ ଭାରତୀୟଙ୍କ ସୁଖର ସ୍ତରରେ ହ୍ରାସ ଘଟିଥିଲା। ଏହି ମାସିକ ସର୍ବଭାରତୀୟ ସର୍ଭେରେ ୧୬ଟି ଭାରତୀୟ ସହରର ୨,୨୦୦ ଲୋକ ସେମାନଙ୍କ ପ୍ରତିକ୍ରିୟା ରଖିଥିଲେ। ଏଥିରେ ୧୬୦୦ ଜଣ ମୌଖିକ ଉତ୍ତର ଦେଇଥିଲା ବେଳେ ୪୦୦ ଜଣ ଅନଲାଇନ ଉତ୍ତର ଦେଇଥିଲେ।

ପରିବାର, ସ୍ବାସ୍ଥ୍ୟ, ବନ୍ଧୁ ଓ ନିଯୁକ୍ତି ଆଦି ବିଷୟ ଉପରେ ଅଂଶଗ୍ରହଣକାରୀଙ୍କ ମତାମତକୁ ଭିତ୍ତି କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ସୁଖର ଉତ୍ସଭାବେ ୭୩ ପ୍ରତିଶତ ସହରୀ ଭାରତୀୟ ପରିବାରକୁ ବାଛିଥିବା ବେଳେ ୬୬ ପ୍ରତିଶତ ସ୍ବାସ୍ଥ୍ୟ, ୬୩ ପ୍ରତିଶତ ବନ୍ଧୁ ମହଲ, ୫୯ ପ୍ରତିଶତ ନିଯୁକ୍ତି ବା ଚାକିରି, ୫୮ ପ୍ରତିଶତ ସହକର୍ମୀ ବା ବ୍ୟବସାୟିକ ସ‌ହଯୋଗୀ, ୫୬ ପ୍ରତିଶତ ପଡ଼ୋଶୀ ଏବଂ ୫୨ ପ୍ରତିଶତ ଆର୍ଥିକ ଅବସ୍ଥାକୁ ବାଛିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ