ଅପରାଧ ରାଜ୍ୟ

ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା, ନାଳ ପାଖରୁ ଆଉ ଉଠିପାରୁନି ; ଚିକିତ୍ସା ଲାଗି ଯିବ ଟିମ୍‌

ଆଠଗଡ଼ ୦୮।୦୬ : ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି କି ଆଠଗଡ଼ ବନଖଣ୍ଡ। ଦୁଇ ଦିନରେ ମାଟି ତଳୁ ଦୁଇ ହାତୀ କଙ୍କାଳ ଠାବ କରିବା ପରିଥିଲା STF । ଏବେ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଜୟପୁର ସଂରକ୍ଷିତ ଜଙ୍ଗଲରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା।

ଖବର ଅନୁଯାୟୀ, ଦନ୍ତା ମୁଣ୍ଡରେ ଗୁଳି ବାଜିଛି ଶିକାରୀର । ଗୁରୁତର ଆହତ ଅବସ୍ଥାରେ ପଡ଼ିରହିଛି ହାତୀଟି। ଆଠଗଡ଼ ବନଖଣ୍ଡ ନରସିଂହପୁର ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀ ଗୁରୁତର ହୋଇ ଜଙ୍ଗଲ ଭିତରେ ରହିଛି । ହାତୀଟିର ଅବସ୍ଥା ଏତେ ଗୁରୁତର ହୋଇପଡ଼ିଛି ଯେ, ଜଙ୍ଗଲର ଏକ ନାଳ ପାଖରୁ ଆଉ ଉଠିପାରୁନି। ବହୁ ସମୟ ଧରି ସେଠି ହିଁ ପଡ଼ିରହିଛି। ଦନ୍ତାର ମୁଣ୍ଡ ଉପରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି। ଏନେଇ ପ୍ରଥମେ ବଡ଼ମ୍ବା, ନରସିଂହପୁର ବିଧାୟକ ଦେବୀ ମିଶ୍ର ଫେସବୁକ୍ ରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା ଆହତ ହାତୀକୁ ଟ୍ରାଙ୍କୁଲାଜେସନ ଆଉ ଟ୍ରିଟ୍ ମେଣ୍ଟ କରିବା ପାଇଁ ନନ୍ଦନକାନନ ର ଏକ ଟିମ୍ ନରସିଂହପୁର ସ୍ଥିତ ଘଟଣାସ୍ଥଳରେ ପହଂଚିବା ପରେ ହାତୀଟିର ଚିକିତ୍ସା କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।