ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଜୀବନରେ ସୁଖ ଶାନ୍ତି ପାଇଁ ସିନ୍ଦୂରରେ କରନ୍ତୁ ଏହି ଉପାୟ…

ନୂଆଦିଲ୍ଲୀ ୧୦/୦୪: ବାସ୍ତୁ ଦୃଷ୍ଟିରୁ ସିନ୍ଦୂରର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେକ ବିବାହିତ ସ୍ତ୍ରୀର ସିନ୍ଦୂର ହେଉଛି ମୁଖ୍ୟ ଭାଗ । ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀର ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀର ଆୟୁଷ ଲମ୍ବା ହୋଇଥାଏ । ତାଙ୍କୁ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । କିନ୍ତୁ ଏହି ସିନ୍ଦୂର ସଧବା ନାରୀର ମଥାରେ ଲାଗିବା ବ୍ୟତୀତ ଘରେ ସୁଖ ଶାନ୍ତି ମଧ୍ୟ ବୃଦ୍ଧି କରିଥାଏ । ତେବେ ଚାଲନ୍ତୁ ଜାଣିବା ସିନ୍ଦୂରକୁ ନେଇ କିଛି ବାସ୍ତୁ ଟିପ୍ସ…

ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଅଳ୍ପ କିଛି ସିନ୍ଦୂର ପାଣିରେ ମିଶାନ୍ତୁ । ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁରରେ ସ୍ୱସ୍ତିକ୍ ଚିହ୍ନ ତିଆରି କରନ୍ତୁ । ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ । ଯେଉଁ ଘରେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ଝଗଡା ହେଉଥାଏ, ସେମାନଙ୍କୁ ଏହି ଉପାୟ କରିବା ଆବଶ୍ୟକ । କୁହାଯାଏ, ଘରର ମୁଖ୍ୟ ଦ୍ୱାରରେ ତେଲରେ ସିନ୍ଦୂର ମିଶାଇ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ । ଏହାକୁ କ୍ରମାଗତ ଭାବରେ ୪୦ ଦିନ କରିବା ଦ୍ୱାରା ଘରେ ଥିବା ବାସ୍ତୁ ଦୋଷ ଦୂର ହୋଇଥାଏ ।

ହିନ୍ଦୁ ଧର୍ମ ଅନୁଯାୟୀ ଦେବତାମାନଙ୍କର ପୂଜା ମଧ୍ୟ ବିନା ସିନ୍ଦୂରରେ ଅସମ୍ପୂର୍ଣ୍ଣ ହୋଇଥାଏ । ଅର୍ଥ ହାନୀ ହେଉଥିଲେ ଏହି ସମସ୍ୟାକୁ ଦୂର କରିବା ପାଇଁ ପାଞ୍ଚ ମଙ୍ଗଳବାର ଏବଂ ଶନିବାର ଦିନ ଜସ୍ମିନ୍ ତେଲ ସହିତ ସିନ୍ଦୁର ମିଶ୍ରଣ କରି ଭଗବାନ ହନୁମାନଙ୍କୁ ଚଢାନ୍ତୁ । ଏହା କରିବା ଦ୍ୱାରା ବ୍ୟବସାୟରେ ଅଗ୍ରଗତି ହେବ ଏବଂ ଅର୍ଥ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଯିବ । ରୋଗୀ ଉପରେ ସିନ୍ଦୁରକୁ ବୁଲାଇ ଏହାକୁ ଜଳରେ ପ୍ରବାହିତ କରିବା ଦ୍ୱାରା ରୋଗରୁ ଶୀଘ୍ର ମୁକ୍ତି ମିଳିଥାଏ । ଘରର ମୁଖ୍ୟ ଦ୍ୱାରରେ ସିନ୍ଦୂର ଚଢା ହୋଇଥିବା ପ୍ରଭୁ ଶ୍ରୀଗଣେଶଙ୍କର ମୂର୍ତ୍ତି ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ରହିଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ