ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ: ପିଲାଙ୍କ ସୁରକ୍ଷା କଡ଼ାକଡ଼ି କର

ଭୁବନେଶ୍ବର : ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଯେପରି ସୁରକ୍ଷା ଦେବା ସହ ସଚେତନତା କରାଯାଇପାରିବ ସେଦିଗରେ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନି‌ର୍ଦେଶ ଦିଆଯାଇଛି। ଏଥିସହ ସ୍କୁଲଗୁଡ଼ିକୁ ପିଲାଙ୍କ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ବାବଦରେ ମିଳୁଥିବା ଆର୍ଥିକ ଅନୁଦାନର ସଠିକ୍‌ ବିନିଯୋଗ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ୨୦୧୮ ଆଇନ ଆଧାରରେ ବିଦ୍ୟାଳୟଗୁଡ଼ିକୁ ପ୍ରତିବର୍ଷ ଆର୍ଥିକ ସହାୟତା ଦିଆଯାଇଛି।

ସୁରକ୍ଷା ବାବଦରେ ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବାର୍ଷିକ ଦୁଇ ହଜାର ଟଙ୍କା ଲେଖାଏ ମିଳୁଛି। ମିଳୁଥିବା ଅର୍ଥରେ କର୍ତୃପକ୍ଷ ସ୍କୁଲରେ ସୁରକ୍ଷା ସପ୍ତାହ ପାଳନ, ସ୍କୁଲ ବିପର୍ଯ୍ୟୟ ପରିଚାଳନା ପ୍ଲାନ, ସ୍କୁଲ ମାନଚିତ୍ର ସହ ବିପର୍ଯ୍ୟୟ ସମୟରେ କିଭଳି ଉଦ୍ଧାର କରାଯିବ ସେନେଇ ବିଦ୍ୟାଳୟ କାନ୍ଥର ପ୍ରମୁଖ ସ୍ଥାନରେ ସଚେତନତା ପ୍ରଦର୍ଶନୀ ଲଗାଇବେ। କ୍ୟାମ୍ପସରେ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର, ବାଲି ଭର୍ତ୍ତି ପାତ୍ର ରଖିବା ନିୟମକୁ କଡ଼ାକଡ଼ି କରାଯିବ। ପ୍ରତି ବିଦ୍ୟାଳୟରେ ଫାଷ୍ଟ ଏଡ୍‌ ବକ୍ସର ପରିଚାଳନା, ପାହାଚ, ସ୍କୁଲ ଗେଟ୍‌କୁ ସମ୍ପୂର୍ଣ୍ଣ ଭାବେ ଖାଲି ରଖିବା, କ୍ୟାମ୍ପସରେ ବର୍ଷା ଜଳ ଯେପରି ଜମି ନ ରୁହେ ସେଥିପ୍ରତି ପ୍ରାଥମିକତା ଦେବାକୁ କୁହାଯାଇଛି।

କ୍ଲାସରୁମ୍‌ ତଥା କ୍ୟାମ୍ପସରେ ଲାଗିଥିବା ଫ୍ୟାନ୍‌ ଓ ଲାଇଟ୍‌ ସହ ବିଦ୍ୟୁତ୍‌ ମେନ୍‌ ସୁଇଜ୍‌ ଠିକ୍‌ ଭାବେ କାର୍ଯ୍ୟ କରୁଥିବା ଆବଶ୍ୟକ। ସ୍କୁଲସ୍ତରରେ ସ୍ବଚ୍ଛ ପା‌ନୀୟ ଜଳର ବ୍ୟବସ୍ଥା କରିବା, ଜରୁରୀକାଳୀନ ବେଲ୍‌/ମାଇକ୍‌ରେ ଘୋଷଣା ସମ୍ପର୍କରେ ବ୍ୟବସ୍ଥା କରିବା, ବିଦ୍ୟାଳୟର କେଉଁ ସ୍ଥାନ ସୁରକ୍ଷିତ ଓ କେଉଁଠି ଅସୁରକ୍ଷିତ ସେସମ୍ପର୍କରେ ବି ସାଇନ୍‌ଏଜ୍‌ ଲଗାଯିବ। ସ୍କୁଲ ହେଲ୍‌ଥ ‌ରେଜିଷ୍ଟର, ଅଭିଯୋଗ ବାକ୍ସ, ଶୌଚାଳୟ ଫାଟକ ମରାମତି, ସାନିଟାଜର୍‌/ହ୍ୟାଣ୍ଡୱାସ୍‌/ଡିଜିଟାଲ ଥର୍ମୋମିଟରର ବ୍ୟବସ୍ଥା କରାଇବେ। ସ୍କୁଲକୁ ଦିଆଯାଇଥିବା ଦୁଇ ହଜାର ଟଙ୍କାରୁ ଏବାବଦରେ ସମସ୍ତ ଖର୍ଚ୍ଚ ହେବ। ସେହିପରି ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ମଡେଲ୍‌, ମାନଚିତ୍ର, ଭିଡିଓ ଓ ଫଟୋ ମାଧ୍ୟମରେ ଶିକ୍ଷକମାନେ ସଚେତନ କରାଯିବ। ମକ୍‌ ଡ୍ରିଲ୍‌ ସମ୍ପର୍କରେ ତାଲିମ, କୋଭିଡ୍‌-୧୯ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବାକୁ କୁହାଯାଇଛି। ଏବାବଦରେ ବି ୫୦୦ ଟଙ୍କା ଲେଖାଏ ଦିଆଯିବାର ବ୍ୟବସ୍ଥା ହୋଇଛି।

କ୍ରୀଡ଼ା ଲାଗି ପ୍ରା‌ଥମିକ ବିଦ୍ୟାଳୟକୁ ୫ ହଜାର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦ ହଜାର ଏବଂ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲାଗି ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ମିଳୁଥିବା ଅର୍ଥରେ ସ୍କୁଲ କର୍ତୃପକ୍ଷ ନିଜର ଭିତ୍ତିଭୂମି ଅନୁଯାୟୀ କ୍ରୀଡ଼ା ସାମଗ୍ରୀ କିଣିବେ। କେଉଁ ସ୍କୁଲ ପାଇଁ କେଉଁ ସାମଗ୍ରୀ ଆବଶ୍ୟକତା ରହିଛି ସେନେଇ ରାଜ୍ୟ ସରକାର ନ ହେଲେ ସ୍କୁଲ କର୍ତୃପକ୍ଷ ନିଷ୍ପତ୍ତି ନେବେ। ପାରମ୍ପରିକ ତଥା ଆଞ୍ଚଳିକ କ୍ରୀଡ଼ାକୁ ରାଜ୍ୟଗୁଡ଼ିକ ଗୁରୁତ୍ବ ଦେବେ। କ୍ରୀଡ଼ା ସାମଗ୍ରୀର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦେବାକୁ ବି କୁହାଯାଇଛି। ବିଦ୍ୟାଳୟର ଜଣେ ଦାୟିତ୍ବ ସମ୍ପନ୍ନ ବ୍ୟକ୍ତି/ପିଇଟି କିମ୍ବା ଶିକ୍ଷକ ଏହାର ଦାୟିତ୍ବରେ ରହିବେ। ପ୍ରତି ବିଦ୍ୟାଳୟରେ ଖେଳ ପଡ଼ିଆ ରହିବା ନିତ୍ୟାନ୍ତ ଆବଶ୍ୟକ। ସ୍କୁଲସ୍ତରରେ କ୍ରୀଡ଼ାର ବିକାଶ ଦିଗରେ ପଦ‌କ୍ଷେପ ନେବାକୁ କୁହାଯାଇଛି। ବିଦ୍ୟାଳୟକୁ ଦିଆଯାଉଥିବା ଅର୍ଥର ସଦ୍‌ବିନିଯୋଗ କରିବାକୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟକୁ ନିର୍ଦେଶ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି