କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ
ଭୁବନେଶ୍ୱର : ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଶିକ୍ଷା ବିଭାଗକୁ ସୁବ୍ୟବସ୍ଥିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଆଶ୍ବଥୀ ଏସ୍ ଆହ୍ୱାନ ଦେଇଛନ୍ତି। ବ୍ରହ୍ମପୁର ଜୋନ୍ର ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ନେଇ କୃଷି ଭବନରେ ଚାଲିଥିବା ଦୁଇଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ ଦିବସରେ ଯୋଗଦେଇ ଶ୍ରୀମତୀ ଆଶ୍ବଥୀ କହିଥିଲେ ଯେ ଶିକ୍ଷଣ ଫଳାଫଳକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନିଅନ୍ତୁ। ଏଥିସହ ନିୟମିତ ସ୍କୁଲ୍ ପରିଦର୍ଶନ କରିବା, ଆସନ୍ତା ଏକ ବର୍ଷ ପାଇଁ ନିଜ ଜିଲ୍ଲା ଓ ବ୍ଲକ୍ ପାଇଁ ସ୍ୱତନ୍ତ୍ର ରୂପରେଖ ପ୍ରସ୍ତୁତ ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଦୃଷ୍ଟି ଦେବାକୁ ଡିଇଓ ଓ ବିଇଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ମତପ୍ରକାଶ କରି ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା କହିଥିଲେ ଏହି ପୁରସ୍କାର ଦ୍ବାରା ରାଜ୍ୟର ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ, ୧୫୦୦ ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ, ବରିଷ୍ଠ ଶିକ୍ଷା ଅଧିକାରୀ, ପୁରାତନ ଛାତ୍ର ସଙ୍ଗଠନ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଓ ଗ୍ରାମ ପଞ୍ଚାୟତଗୁଡ଼ିକ ଉପକୃତ ହେବେ। ମୋ ସ୍କୁଲ୍ ଅଭିଯାନର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ୍ ଜେନା ଯୋଗଦେଇ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ରୂପାନ୍ତରିତ ବିଦ୍ୟାଳୟର ରକ୍ଷଣାବେକ୍ଷଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ନିୟୋଜନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଜୋନ୍ର ୮ଟି ଜିଲ୍ଲାର ଡିଇଓ ଓ ବିଇଓ ଯୋଗଦେଇଥିଲେ। ଏଥିରେ ମାଧ୍ୟମିକ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ପାଠ୍ୟପୁସ୍ତକ ବିତରଣ ଓ ଏନ୍ଏଏସ୍ ପର୍ଫମାନ୍ସ, ଡିପିସି, ଆର୍ଥିକ ବ୍ୟୟବରାଦ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭାଗୀୟ ଅତିରିକ୍ତ ସଚିବ ଦିପ୍ତୀରାଣୀ ସାହୁ ଧନ୍ୟବାଦ ଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ: ବର୍ଷକ ପାଇଁ ଯୋଜନା କର