ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୫ ଶହ ପାର୍‌, ୮୯% ଆକ୍ରାନ୍ତ ରାଉରକେଲାର

ରାଉରକେଲା: ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଟପିଛି। ଏହି ସଂଖ୍ୟା ମଙ୍ଗଲବାର ସୁଦ୍ଧା ୫୦୬ରେ ପହଞ୍ଚିଛି। ପୂର୍ବ ବର୍ଷ ତୁଳନାରେ ସଂଖ୍ୟା ଢ଼େର୍‌ କମିଛି। ଗତ ବର୍ଷ, ଅର୍ଥାତ୍‌ ଜାନୁଆରୀରୁ ଡିସେମ୍ବର ଶେଷ ସୁଦ୍ଧା ଜିଲ୍ଲାରେ ମୋଟ୍‌ ୧୭୪୨ ଜଣ ଆକ୍ରାନ୍ତ ହୋଇଥିଲେ। ବର୍ଷ ସରିବାକୁ ଆଉ ମାତ୍ର ୩୭ ଦିନ ବାକି ଥିବାବେଳେ ସଂଖ୍ୟା ଆଶାତୀତ ହେବାର ସମ୍ଭାବନା କ୍ଷୀଣ। କିନ୍ତୁ ସଂକ୍ରମଣ ଶତପ୍ରତିଶତ ଲୋପ ନ ପାଇବା, ଚିନ୍ତାର ବିଷୟ ପାଲଟିଛି। ଏବେ ମଧ୍ୟ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଅଞ୍ଚଳରେ ନିୟମିତ ବ୍ୟବଧାନରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆକ୍ରାନ୍ତଙ୍କ ଖୁବଶୀଘ୍ର ସୁସ୍ଥଲାଭ କରୁଛନ୍ତି‌; ଯାହାକି ବହୁମାତ୍ରାରେ ଆଶ୍ବସ୍ତ କରିଛି।

ଜିଲ୍ଲାର ମୋଟ୍‌ ୫୦୬ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ ୪୫୦ ଜଣ ହେଉଛନ୍ତି ରାଉରକେଲା ସହରାଞ୍ଚଳର। ଅର୍ଥାତ୍‌ ମୋଟ୍‌ ଆକ୍ରାନ୍ତର ୮୯.୯୩ ପ୍ରତିଶତ ହେଉଛନ୍ତି ରାଉରକେଲା ନିବାସୀ। ଏଥିମଧ୍ୟରୁ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ସହରାଞ୍ଚଳ, ବସ୍ତି ଅଞ୍ଚଳର ୩୦୭ ଜଣ ଥିବାବେଳେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳର ୧୩୯ ଜଣ, ରେଲୱେ କଲୋନିର ୨ ଜଣ ଓ ଅନ୍ୟାନ୍ୟ ଅଞ୍ଚଳର ୨ ଜଣ ସଂକ୍ରମିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଭଳି ଏଥର ମଧ୍ୟ ଆର୍‌ଏସ୍‌ପି ଅଞ୍ଚଳରୁ ଅଧିକ ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷକରି ସେକ୍ଟର-୧(୬୮ ଜଣ), ସେକ୍ଟର-୧୮(୪୦), ହମିରପୁର(୩୩), ସେକ୍ଟର-୧୩(୨୪), ସେକ୍ଟର-୧୫(୨୨), ତୁମକେଲା(୨୨) ସେକ୍ଟର-୧୭(୧୭ ଜଣ), ସେକ୍ଟର-୨୦(୩), ଲୁଆକେରା(୧୪), ସେକ୍ଟର-୨୨(୧), ସେକ୍ଟର-୭(୧୧), ଗୋଲଘର(୪), ସେକ୍ଟର-୬(୧୧), ସେକ୍ଟର-୩(୭), ସେକ୍ଟର-୮(୧୬), ସେକ୍ଟର-୨(୬) ଆଦି ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି। ଆର୍‌ଏମ୍‌ସି ଅଞ୍ଚଳରେ ମଧ୍ୟ ସ୍ଥିତି ପ୍ରାୟ ସମାନ। ଆର୍‌ଏମ୍‌ସି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି। ବିଶେଷକରି ବାସନ୍ତୀକଲୋନି, କୋଏଲନଗର, ପାନପୋଷ ଅଞ୍ଚଳରେ ସଂଖ୍ୟା ଅଧିକ ରହିଛି। ବାସନ୍ତୀକଲୋନିରେ ଏଯାବତ୍‌ ସର୍ବାଧିକ ୪୨ ଜଣ ସଂକ୍ରମିତ ଆକ୍ରାନ୍ତ ହୋଇଥିବାବେଳେ ପାନପୋଷରେ ୧୩ ଓ କୋଏନଗରରେ ୧୯ ଜଣ ଚିହ୍ନଟ ହୋଇଛନ୍ତି। ଏତଦ୍‌ବ୍ୟତୀତ ଗଙ୍ଗାଧରପଲ୍ଲୀ, ବାଲୁଘାଟ, ନେତାଜୀନଗର, ସିଭିଲ ଟାଉନସିପ୍‌, ମାଲଗୋଦାମ, ମଧୁସୂଦନପଲ୍ଲୀ, ଗୋପବନ୍ଧୁପଲ୍ଲୀ, ଶକ୍ତିନଗର, ପ୍ରଧାନପଲ୍ଲୀ, କଳିଙ୍ଗବିହାର, ନାଲାରୋଡ୍‌, ଜନତା ନିବାସ, ଗାନ୍ଧୀ ରୋଡ୍‌, ଓରାମପଡ଼ା, ଗ୍ଲେମର୍‌ ଗଳି, ଡେଲିମାର୍କେଟ, ବନ୍ଧମୁଣ୍ଡା ଡି’ କ୍ୟାବିନ, ଡିଜେଲ କଲୋନି ଆଦି ଅଞ୍ଚଳରୁ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ବର୍ଷ ଆରମ୍ଭରୁ ଡେଙ୍ଗୁ ମୁକାବିଲା ପାଇଁ ଉଭୟ ଆର୍‌ଏମ୍‌ସି ଓ ଆର୍‌ଏସ୍‌ପି ପକ୍ଷରୁ ଯେଭଳି ପ୍ରତିଷେଧାତ୍ମକ ପଦକ୍ଷେପ ନିଆଯାଇନଥିଲା। ଫଳରେ ଆକ୍ରାନ୍ତ ସଂଖ୍ୟାରେ ବୃଦ୍ଧି ଘଟିଥିଲା। ରାଉରକେଲା ବ୍ୟତିତ ଅନ୍ୟ ବ୍ଳକ ଅଞ୍ଚଳୁ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବଡ଼ଗାଁରୁ ଜଣେ ଚିହ୍ନଟ ହୋଇଥିବାବେଳେ ବିରକେରାରୁ ୧୦ ଜଣ, ଗୁରୁଣ୍ଡିଆରୁ ୧, ହାତିବାରୀରୁ ୧୧, କୋଇଡ଼ାରୁ ୧, କୁଆରମୁଣ୍ଡାରୁ ୬, କୁତ୍ରାରୁ ୨, ଲହୁଣୀପଡ଼ାରୁ ୧, ଲାଇଙ୍ଗ୍‌ରୁ ୨, ମଝାପଡ଼ାରୁ ୨, ରାଜଗାଙ୍ଗପୁର ୧, ସବଡେଗାରୁ ୧ ଓ ସୁନ୍ଦରଗଡ଼ ପୌରାଞ୍ଚଳରୁ ୪ ଜଣ ଆକ୍ରାନ୍ତ ହୋଇଥିଲେ।

ପ୍ରକାଶଥାଉକି, ବର୍ଷ ପହିଲାରୁ, ଅର୍ଥାତ୍‌ ଜାନୁଆରି ମାସରେ ରାଉରକେଲାରୁ ହିଁ ପ୍ରଥମ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତ ଜାନୁଆରୀ ମାସରେ ଦୁଇ ଜଣ ଚିହ୍ନଟ ହୋଇଥିବାବେଳେ ମେ’ ପର୍ଯ୍ୟନ୍ତ ସଂଖ୍ୟାରେ ବୃଦ୍ଧି ଘଟିନଥିଲା। ପରେ, ଜୁନ୍‌ ୨୭ ଓ ୨୯ ତାରିଖରେ ଆଉ ଦୁଇ ଜଣ ଚିହ୍ନଟ ହେବାରୁ ସଂଖ୍ୟା‌ ୪ରେ ସୀମିତ ରହିଥିଲା। କିନ୍ତୁ ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟିଥିଲା। ବିଶେଷକରି ସେପ୍ଟେମ୍ବର ମାସରେ ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ