ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଜିଲ୍ଲାପାଳଙ୍କ ଗାଡି ଧକ୍କାରେ ଜଣେ ଗୁରୁତର: କ୍ଷତିପୂରଣ ଦାବିରେ ତାତିଲେ ସ୍ଥାନୀୟ ଲୋକେ

ଦେବଗଡ଼୨୭/୧୨: ଜିଲ୍ଳାପାଳଙ୍କ ଗାଡି ଧକ୍କାରେ ଜଣେ ଗୁରୁତର। ରବିବାର ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳଶମା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ବ୍ୟକ୍ତି ହେଲେ ହେଲେ ସେହି ଗ୍ରାମର ରବିନ୍ଦ୍ର ବଘାର।

ମିଳିଥିବା ସୂଚନା ଅନୁସାରେ ପଳଶମା ଗ୍ରାମ ମୁଣ୍ଡରେ ହନୁମାନ ମନ୍ଦିର ନିକଟରେ ଥିବା ପୋଖରୀକୁ ଯାଉଥିବା ବେଳେ ଦେବଗଡରୁ ଯାଉଥିବା ଜିଲ୍ଲାପାଳଙ୍କ ସ୍କୋର୍ପିଓ ଗାଡି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପଡିଥିବା ଗାଡିର ନମ୍ବର ପ୍ଳେଟରୁ ଏହା ଦେବଗଡ ଜିଲ୍ଲାପାଳଙ୍କ ଗାଡି ବୋଲି ଜଣାପଡିଛି।

ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ରବିନ୍ଦ୍ରଙ୍କୁ ଖଇରପାଲି ଫାଣ୍ଡି ଗାଡି ଯୋଗେ ଅଣାଯାଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଜିଲ୍ଲାପାଳଙ୍କ ସ୍କୋର୍ପିଓ ଘଟଣା ସ୍ଥଳରୁ ଫେରାର ହୋଇଯିବା ଯୋଗୁଁ ଉତ୍ତ୍ୟକ୍ତ ଗ୍ରାମବାସୀ ରାଞ୍ଚି- ବିଜୟୱାଡା ରାସ୍ତାକୁ ଅବରୋଧ କରି ଗାଡି ଡ୍ରାଇଭର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ