ଅପରାଧ ରାଜ୍ୟ

‘ଜିରୋ ନାଇଟ୍’ ସଉକ! ଟଙ୍କା ନଦେବାରୁ ପତ୍ନୀକୁ ହତ୍ୟା

ଗଞ୍ଜାମ : ନୂଆବର୍ଷ ପୂର୍ବରାତିରେ ଜଣେ ମଦ୍ୟମ ସ୍ବାମୀର ‘ଜିରୋନାଇଟ୍‌’ ସଉକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଜିରୋନାଇଟ୍‌’କୁ ଯିବା ଏବଂ ଭୋଜିଭାତ ପାଇଁ ଟଙ୍କା ନଦେବାରୁ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତଥାପି, ‘ଜିରୋନାଇଟ୍‌’ ନିଶା ମୁଣ୍ଡରୁ ଉତୁରିନଥିଲା ତା’ର। ମୃତଦେହ ଘରେ ପଡ଼ିଥିବା ବେଳେ ସେ ‘ଜିରୋନାଇଟ୍‌’ ପାଳିବାକୁ ଚାଲିଯାଇଥିଲା। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଓ ହୁମ୍ମା ଫାଣ୍ଡି ଅଧୀନ ପାଳିବନ୍ଧ ପଞ୍ଚାୟତ ମୟୂରପଦା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃ୍ଷ୍ଟି କରିଛି।

ଏହି ବ୍ୟକ୍ତି ଜଣକ ହେଲେ, ସିଏଚ୍‌.ଲକ୍ଷ୍ମଣ ରେଡ୍ଡୀ। ଲକ୍ଷ୍ମଣ ଚେନ୍ନାଇରେ ରହି ଗାଡ଼ି ଡ୍ରାଇଭର୍ ଭାବେ କାମ କରୁଛନ୍ତି। ତାଙ୍କ ପତ୍ନୀ ଜାନକୀ ଗ୍ରାମରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। ୧୭ବର୍ଷ ତଳେ ଦୁଇଜଣଙ୍କ ମଧ୍ୟେ ବିବାହ ହୋଇଥିବା ବେଳେ ସେମାନଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଗତକାଲି ପ୍ରଚୁର ମଦ ପିଇ ସାଙ୍ଗସାଥୀଙ୍କ ସହ ନୂଆବର୍ଷ ‘ଜିରୋ ନାଇଟ୍’ ପାଳନ ଓ ଭୋଜିଭାତ ପାଇଁ ଜାନକୀଙ୍କୁ ଟଙ୍କା ମାଗିଥିଲେ ଲକ୍ଷ୍ମଣ। କିନ୍ତୁ, ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। କିଛିସମୟ‌ ପରେ ତଥା ବିଳମ୍ବିତ ରାତିରେ ଲକ୍ଷ୍ମଣ ପୁଣି ମଦପିଇ ଘରକୁ ଆସିବା ସହ ଜାନକୀଙ୍କୁ ପ୍ରବଳ ମାଡ଼ ମାରିବା ସହ ତଣ୍ଟି ଚିପିଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଶବକୁ ଘରେ ରଖି ‘ଜିରୋ ନାଇଟ୍’ ପାଳନ କାର୍ଯ୍ୟକ୍ରମ‌ରେ ସାମିଲ୍‌ ହୋଇଥିଲା।

ରବିବାର ପାହାନ୍ତିଆରେ ଶବକୁ ଶ୍ମଶାନକୁ ନେଇ ପୋଡ଼ିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ସଦଳବଳେ ପହଞ୍ଚି ଲକ୍ଷ୍ମଣଙ୍କୁ କାବୁ କରିଥିଲେ। ଏନେଇ ହୁମ୍ମା ଫାଣ୍ଡିରେ କେସ୍ ନମ୍ବର ୧/୨୩ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।