ଭୁବନେଶ୍ୱର ୧୨।୦୫ : ସିଜ୍ ହେଲା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସମ୍ପତ୍ତି । ରେଡ୍ ବେଳେ ଠାବ ହୋଇଥିବା ୧୩୩ କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ଓ ଘରୁ ଜବତ ହୋଇଥିବା ନଗଦ ୬୯ ଲକ୍ଷ ଟଙ୍କାକୁ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।
ଖବର ଅନୁଯାୟୀ, ବେଆଇନ ଖଣି କାରବାର ଓ ମନି ଲଣ୍ଡରିଂ ମାମଲାରେ ବୁଧବାର ଖଣି ମାଲିକ ତଥା ଚମ୍ପୁଆର ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ରେଡ୍ କରିଥିଲା ଇଡି । କେନ୍ଦୁଝର ଚମ୍ପୁଆର ୨ଟି ସ୍ଥାନ ଓ ଭୁବନେଶ୍ୱରର ୨ଟି ସ୍ଥାନରେ ରେଡ୍ କରିଥିଲା ଇଡି । ଏକାକାଳୀ ୪ଟି ସ୍ଥାନରେ ଦିନତମାମ ଚଢାଉ କରିଥିଲେ ଇଡି । ଏହି ସମୟରେ ଇଡିକୁ ୧୩୩ କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ଓ ଘରୁ ନଗଦ ୬୯ଲକ୍ଷ ଟଙ୍କା ମିଳିଥିଲା । ଯାହାକୁ ଏବେ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।