ଖେଳ ଦେଶ ବିଦେଶ

ଜିତିବା ପରେ ବି ଖୁସି ନାହାଁନ୍ତି ରୋହିତ, କହିଲେ…

ନୂଆଦିଲ୍ଲୀ, ୦୭/୦୨: ରବିବାର ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଛି ଭାରତ । ୧୦୦୦ ତମ ମୁକାବିଲାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ କାରବିୟାନ ଟିମ୍‌କୁ ୬ ଓ୍ୱିକେଟରେ ମାତ୍ ଦେଇଛି । ତେବେ ମ୍ୟାଚ୍ ଜିତିବା ପରେ ବି ଖୁସି ନାହାଁନ୍ତି ରୋହିତ ।

ରୋହିତ ଶର୍ମା କହିଛନ୍ତି ଯେ, ସେମାନେ ଆହୁରି ଭଲ କରିପାରିଥାନ୍ତେ । ଏହାସହ ଇଣ୍ଡିଜର ବ୍ୟାଟିଂ ଅର୍ଡର ଉପରେ ବି ସେମାନେ ଆହୁରି ଚାପ ପକାଇ ପାରିଥାନ୍ତେ । ସେ ଆହୁରି କହିଛନ୍ତି ଯେ, ସେ ପରଫେକ୍ଟ ଗେମ୍ ଉପରେ ବିଶ୍ୱାସ କରନ୍ତି ନାହିଁ । ସର୍ବଦା ଜଣେ ପରଫେକ୍ଟ୍ ହୋଇପାରିବ ନାହିଁ । ସମସ୍ତେ ଦିନକୁ ଦିନ ଭଲ କରିବାକୁ ଚାହାଁନ୍ତି । ସେମାନେ ରନର ପିଛା କରୁଥିବା ବେଳେ ଆହୁରି ଭଲ କରିଥାନ୍ତେ । ଏତେ ଓ୍ୱିକେଟ୍ ହରାଇବା ଉଚିତ ନଥିଲା ବୋଲି ସେ କହିଛନ୍ତି ।

ହିଟମ୍ୟାନ୍ ଆହୁରି କହିଛନ୍ତି ଯେ, ବୋଲରମାନେ ଆହୁରି ଅଧିକ ଚାପ ପକାଉ ପାରିଥାନ୍ତେ । ଇଣ୍ଡିଜ୍ ବ୍ୟାଟର ଲୋୟର ଅର୍ଡର ଭଲ ଖେଳିଥିଲେ । ସେମାନେ ଗୋଟିଏ ଟିମ୍ ଭାବେ ଭଲ ଖେଳିବାକୁ ଚାହାଁନ୍ତି । ଆହୁରି ଭଲ କରିବା ପାଇଁ ଚେଷ୍ଟା ଜାରି ରହିବ । ତେବେ ବେଶୀ କିଛି ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ । ତେବେ ସେ ଖେଳାଳିଙ୍କୁ ନିଜକୁ ନିଜେ ଚ୍ୟାଲେଞ୍ଜ୍ କରିବାକୁ କହିଥିବା ପ୍ରକାସ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ