ଅପରାଧ ରାଜ୍ୟ

ଜାଲ୍‌ ସଂସ୍ଥା ନାଁରେ ୫୪ ‌କୋଟିର ଜିଏସ୍‌ଟି ଫାଙ୍କି: ଦିଲ୍ଲୀର ଦୁଇ ଠକଙ୍କୁ ରାଜଧାନୀରୁ ଗିରଫ କଲା ଜିଏସ୍‌ଟି ଗୁଇନ୍ଦା

ଭୁବନେଶ୍ବର: ଜାଲ୍‌ କାଗଜପତ୍ର ଦେଇ ମାଳମାଳ ସଂସ୍ଥା ଖୋଲିଲେ। ନକଲି ଇନ୍‌ଭଏସ୍‌ରେ କୋଟି କୋଟି ଟଙ୍କା ଜିଏସ୍‌ଟି ଫାଙ୍କି‌ଲେ। ଦିଲ୍ଲୀରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ଠକେଇ କରିବା ପରେ ଭୁବନେଶ୍ବରରେ ଲୁଚିଥିବା ଦୁଇ ମାଷ୍ଟରମାଇଣ୍ଡକୁ ଜିଏସ୍‌ଟି ଗୁଇନ୍ଦା ବିଭାଗ ଗିରଫ କରିଛି। ଉଭୟଙ୍କୁ ଗିରଫ ପରେ ଝାରପଡ଼ା ଜେଲ୍‌କୁ ପଠାଯାଇଛି।

ସୂଚନା ମୁତାବକ, କିଛି ବର୍ଷ ହେବ ଦିଲ୍ଲୀର ଏହି ଦୁଇ ଠକ ଚଞ୍ଚକତା କରି ଏକାଧିକ ଜାଲ୍‌ ଆଧାର, ପାନ୍‌ ଭଳି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲେ। ଜାଲ କାଗଜପତ୍ର ବଳରେ ବିଭିନ୍ନ ରାଜ୍ୟରେ ୫୦ରୁ ଅଧିକ ସଂସ୍ଥା ଖୋଲି ୩ଶହ କୋଟିରୁ ଊର୍ଧ୍ବ ଟଙ୍କାର ବ୍ୟବସାୟ କରିଥିଲେ। ଜିଏସ୍‌ଟି ଗୁଇନ୍ଦା ବିଭାଗ ହାତରେ ଖବର ଲାଗିବା ପରେ ଘଟଣାର ତଦନ୍ତ ପାଇଁ ବିଭାଗର ଅତିରିକ୍ତ ମହାନିର୍ଦେଶକ ଦେବାଶିଷ ସାହୁ ନିର୍ଦେଶ ଦେଇଥିଲେ। ଠକଙ୍କୁ ଧରିବା ପାଇଁ ଜିଏସ୍‌ଟି ଗୁଇନ୍ଦା ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। କିଛିଦିନ ତଳେ ଉଭୟ ଭୁବନେଶ୍ବରକୁ ଆସି ହୋଟେଲ୍‌ରେ ରହିଥିଲେ। ଜିଏସ୍‌ଟି ଗୁଇନ୍ଦା ଅଧିକାରୀ ସେମାନଙ୍କ ଠିକଣା ଠାବ ପରେ ଉଭୟଙ୍କୁ ଗିରଫ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ମଙ୍ଗଳବାର ଉଭୟ ବାପୁଜୀନଗରସ୍ଥିତ ଏକ ବ୍ୟାଙ୍କରୁ ବାହାରୁଥିବା ବେଳେ ଜିଏସ୍‌ଟି ଗୁଇନ୍ଦା ଅଧିକାରୀ କାବୁ କରିଥିଲେ। ଉଭୟ ଖସିବାକୁ ଉଦ୍ୟମ କରିଥିଲେ। ଯାଞ୍ଚ ବେଳେ ସବୁ ସତ ପଦାକୁ ଆସିଥିଲା। ପରେ ଉଭୟଙ୍କୁ ଜିଏସ୍‌ଟି ଗୁଇନ୍ଦା କାର୍ଯ୍ୟାଳୟକୁ ଆଣି ଜେରା ପରେ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ରୢାକେଟ୍‌ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି। କେତେ ଲୋକ ସାମିଲ୍‌ ଅଛନ୍ତି? କେଉଁ କେଉଁ ରାଜ୍ୟରେ ସଂସ୍ଥା କାର୍ଯ୍ୟାଳୟ ରହିଛି? ଏନେଇ ଅଧିକ ଖୋଳତାଡ଼ କରୁଛି ଜିଏସ୍‌ଟି ଗୁଇନ୍ଦା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।