ରାଜ୍ୟ

ଜାଲ୍ ବିଇଡି ପ୍ରମାଣପତ୍ରରେ ଚାକିରି: ବନ୍ଧାହେଲେ ନକଲି ଶିକ୍ଷକ

ଆସିକା: ଜାଲ୍ ବିଇଡି ପ୍ରମାଣପତ୍ର ଦାଖଲକରି ଚାକିରି ହାତେଇଥିବା ଜଣେ ନକଲି ଶିକ୍ଷକଙ୍କୁ ଗଞ୍ଜାମ ଜିଲ୍ଲା ଆସିକା ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଶିବରାମ ମହାନ୍ତି। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏତଲା ଆଧାରରେ (କେସ୍ ନମ୍ବର ୩୭୧/୧୩) ଶିବରାମଙ୍କୁ ଗିରଫ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଶିବରାମ ଆସିକା ବ୍ଲକ୍ ଅଧୀନ ଗଙ୍ଗାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୨୦୧୫ରୁ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ନିଜ ଘର ଆସିକା ଥାନା ଚଢ଼ିଆପଲ୍ଲୀ ଗ୍ରାମରେ।

ସେ ଉତ୍କଳ ବିଶ୍ବବିଦ୍ୟାଳୟର ଜାଲ୍ ବିଇଡି ପ୍ରମାଣପତ୍ର ଦାଖଲ କରି ଚାକିରି କରିଥିଲେ। ଛାନଭିନ୍ ବେଳେ ଶିବରାମଙ୍କ ପ୍ରମାଣପତ୍ର ନକଲି ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍‌. ଗିରିଧାରୀ ଏନେଇ ଆସିକା ଥାନାରେ ଏତଲା ଦେବା ପରେ ଆଜି ଶିବରାମଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାପୂର୍ବରୁ ମଧ୍ୟ ଜିଲ୍ଲାରେ ଅନେକ ନକଲି ଶିକ୍ଷକ ଗିରଫ ହୋଇଥିବା ବେଳେ କିଛି ଶିକ୍ଷକ ଚାକିରି ହରାଇଛନ୍ତି। ନକଲି ଶିକ୍ଷକଙ୍କ ଖୋଳତାଡ଼ ଚାଲିଥିବାବେଳେ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।