ଅପରାଧ ରାଜ୍ୟ

ଜାଲ୍ ପ୍ରମାଣପତ୍ରରେ ଚାକିରି, ଶିକ୍ଷକ ଗିରଫ

ପୁରୁଷୋତ୍ତମପୁର : ଜାଲ୍ ପ୍ରମାଣପତ୍ରରେ ଚାକିରି କରୁଥିବା ଜଣେ ଶିକ୍ଷକଙ୍କୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ହେଉଛନ୍ତି, ପୁରୁଷୋତ୍ତମପୁର ଥାନା ରାଜପୁର ଗ୍ରାମ ଏସ.ଧର୍ମାରାଓ ଦୋରା। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।

ଯାଞ୍ଚ ବେଳେ ପୁରୁଷୋତ୍ତମପୁର ବ୍ଲକ୍‌ରେ ୫ ଜଣ ଶିକ୍ଷକ ଜାଲ ପ୍ରମାଣପତ୍ରରେ ଚାକିରି କରୁଥିବା ଜଣାପଡ଼ିଥିଲା। ଏନେଇ ଗତବର୍ଷ ଅକ୍ଟୋବର ୧୮ ତାରିଖରେ ପୁରୁଷୋତ୍ତମପୁର ଏବିଇଓ ଦଣ୍ଡପାଣି ବେହେରା ଥାନାରେ ଏତଲା ଦେବାପରେ କେସ୍ ନମ୍ବର ୫୧୦ ଅନୁସାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଉକ୍ତ ଶିକ୍ଷକମାନେ ଫେରାର୍ ଥିଲେ। ଆଜି ଧର୍ମାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।