ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାରି ରହିବ ଶୀତ ପ୍ରକୋପ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ହକି ବିଶ୍ବକପ୍‌ ସମୟରେ ପାଗ ମୁଖ୍ୟତଃ ଶୀତୁଆ ରହିବ। ଦକ୍ଷିଣ ଓଡ଼ିଶା ଉପକୂଳରେ ଶୀତ ସାମାନ୍ୟ କମିବ। ମାତ୍ର ଉତ୍ତର ଓଡ଼ିଶାରେ ଥଣ୍ଡା ଅଧିକ ଅନୁଭୂତ ହେବ। ହକି ବିଶ୍ବକପ୍‌ର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ସହରର ସର୍ବନିମ୍ନ ତାପାମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନି। ଆସନ୍ତା ୬ଦିନ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ଏପାଖସେପାଖ ହେବ। ୧୨ରୁ ୧୫ ତାରିଖ ମଧ୍ୟରେ ଭୁବନେଶ୍ବର ତାପମାତ୍ରା ୧୫ରୁ ୧୭ ଡିଗ୍ରି ମଧ୍ୟରେ ରହିବ। କଟକରେ ୧୪ରୁ ୧୭ ଡିଗ୍ରି ଓ ରାଉରକେଲାରେ ୯ରୁ ୧୨ ଡିଗ୍ରି ମଧ୍ୟରେ ରହିବ। ଏହି ସମୟ ମଧ୍ୟରେ ଅଧିକାଂଶ ସ୍ଥାନରେ କୁହୁଡ଼ି ପଡ଼ିବ। ଗୁରୁବାର ଭୋର ସମୟରେ ଅନୁଗୁଳ, ଢେଙ୍କାନାଳ, କଟକ, ଜଗତ୍‌ସିଂପୁର, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କନ୍ଧମାଳରେ ଘନ କୁହୁଡ଼ି ହେବ। ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ ଆଜି ଏହିସବୁ ସୂଚନା ଦେଇଛନ୍ତି।
ତେବେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଜାନୁଆରି ୧୨ ଓ ୧୩ ତାରିଖ ରାତିରେ ରାଜ୍ୟରେ ଶୀତ ଆହୁରି କମିବ। ଶନିବାରଠାରୁ ଶୀତ ବଢ଼ିବ। ୧୩ ତାରିଖ ରାତିରେ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବା ଯୋଗୁଁ ଶୀତ କମିବ। ୧୩ ତାରିଖରୁ ଉତ୍ତର ଉପକୂଳ (ଜଗତ୍‌ସିଂହପୁରଠାରୁ ଉତ୍ତରକୁ) ଓ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶା(ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲା ଉତ୍ତରକୁ) ଉତ୍ତରା ପବନ ବହିବ। ତେଣୁ ୧୪ ଓ ୧୫ ତାରିଖରେ ୩ ଡିଗ୍ରି କମିବାକୁ ଥିବା ବେଳେ ୧୭ ଓ ୧୮ ତାରିଖରେ ପୁଣି ୩ ଡିଗ୍ରି କମିବା ଯୋଗୁଁ ଶୀତ ଅଧିକ ଅନୁଭୂତ ହେବ। ଦକ୍ଷିଣ ଅଭ୍ୟନ୍ତରଣ‌ ଓଡ଼ିଶାରେ ୧୪ ଓ ୧୫ରେ ୨ରୁ ୩ ଡିଗ୍ରି କମି ୧୮ ତାରିଖ ସୁଦ୍ଧା ଅପରିବର୍ତ୍ତିତ ରହିବ। ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ‌ଅଧିକ ପଡ଼ିବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୧୬ରୁ ୧୮ ପର୍ଯ୍ୟନ୍ତ ପାଗ ଆଂଶିକ ମେଘୁଆ ରହିବ। କୁହୁଡ଼ି ବଢ଼ିବ। ଅଳ୍ପ କେତେକ ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇପାରେ। ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବା ଯୋଗୁଁ ଶୀତ କମ୍‌ ରହିବ।

ଗତ ୨୪ ଘଣ୍ଟା ମଧ୍ୟରେ ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ରେକର୍ଡ ହୋଇଛି। ସେମିଳିଗୁଡ଼ାରେ ୪.୯, ଫୁଲବାଣୀରେ ୬.୫, କୋରାପୁଟରେ ୭, କିରେଇରେ ୭.୭, ରାଉରକେଲାରେ ୭.୮, ଝାରସୁଗୁଡ଼ାରେ ୮, ଚିପିଲିମାରେ ୮.୪, ସୁନ୍ଦରଗଡ଼ରେ ୮.୭, ଭବାନୀପାଟଣା ଓ ଢେଙ୍କାନାଳରେ ୮.୮, ଦାରିଙ୍ଗବାଡ଼ିରେ ୯, କେନ୍ଦୁଝରରେ ୯.୫ ଓ ରାଣୀତାଲରେ ୯.୮ ଡିଗ୍ରି ରହିଥିଲା। ୫ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।