ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାମିନ ପରେ ଇମ୍ରାନ ପୁଣି ଗିରଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କୁ ତୋଷଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ଜାମିନ ଦେବାର କିଛି ସମୟ ପରେ ତାଙ୍କୁ ପୁଣି ଗିରଫ କରାଯାଇଛି। ତେ‌ଣୁ ୭୦ ବର୍ଷୀୟ ଇମ୍ରାନ ଖାନ୍‌ଙ୍କ ପାଇଁ ଜେଲରୁ ମୁକୁଳିବା ବାଟ ବନ୍ଦ ହୋଇଯାଇଛି। ସେ ବର୍ତ୍ତମାନ ବିଚାର ବିଭାଗୀୟ ହେପାଜତରେ ରହିବେ ଏବଂ ବୁଧବାର (ଅଗଷ୍ଟ ୩୦) ତାଙ୍କୁ ଅଦାଲତରେ ହାଜର କରାଯିବ। ପୂର୍ବରୁ ସେ ତୋଷଖାନା ମାମଲାରେ ଗିରଫ ହୋଇଥିବାବେଳେ ଆଜି ସାଇଫର ମାମଲାରେ ଗିରଫ କରାଯାଇଛି। ଇମ୍ରାନ କ୍ଷମତାରେ ଥିବାବେଳେ ଗୋପନୀୟ କୂଟନୀତିଜ୍ଞ କେବୁଲ (ସାଇଫର)ର ଅପବ୍ୟବହାର କରିଥିବା ଅଭିଯୋଗ ତାଙ୍କ ନାମରେ ରହିଛି।

ଉଲ୍ଲେଖଯୋଗ୍ୟ, ତୋଷଖାନା ମାମଲାରେ ଇମ୍ରାନଙ୍କୁ ପାକିସ୍ତାନର ଏକ ତଳ କୋର୍ଟ ଚଳିତମାସ ୫ ତାରିଖରେ ଦୋଷୀ ସାବ୍ୟସ୍ତ କରିବା ସହିତ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ଏହାପରେ ‌ତାଙ୍କୁ ଲାହୋରରୁ ଗିରଫ କରାଯାଇ ଆଟୋକ ଜେଲ୍‌ରେ ରଖାଯାଇଛି। କିନ୍ତୁ ଇସଲାମାବାଦ ହାଇକୋର୍ଟ ଆଜି ତାଙ୍କର ସେହି ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଦେଇଥିଲେ। ଏଥିସହିତ ତାଙ୍କୁ ଜେଲ୍‌କୁ ମୁକୁଳାଇବା ପାଇଁ ନି‌ର୍ଦ୍ଦେଶ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।