ଦେଶ ବିଦେଶ ସ୍ୱାସ୍ଥ୍ୟ

ଜାନୁଆରୀରେ ଆସିବ ତୃତୀୟ ଲହର ! ବିଶେଷଜ୍ଞ କଲେ ଦାବି : ଜାଣନ୍ତୁ କେତେ ଭୟଙ୍କର ହେବ ଓମିକ୍ରନ

ନୂଆଦିଲ୍ଲୀ,୨୨/୧୨: ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ବିଶେଷଜ୍ଞମାନେ ତୃତୀୟ ଲହର ଆସିବା ନେଇ ଅନୁମାନ କରିଛନ୍ତି । ଓମିକ୍ରନର ପ୍ରଥମ ମାମଲା ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା । ଏହାପରେ ଏହି ଭାରିଆଣ୍ଟ ପ୍ରାୟ ୧୦୦ରୁ ଅଧିକ ଦେଶରେ ମାଡି ସାରିଛି । ୟୁରୋପୀୟ ଦେଶରେ ଏହି ଭାରିଆଣ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତର କିଛି ରାଜ୍ୟରେ ନୂଆ ଭାରିଆଣ୍ଟ କବଳରେ ଅଧିକ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ।

ନ୍ୟାଶନାଲ କୋଭିଡ-୧୯ ସୁପରମଡେଲ କମିଟିର ସଦସ୍ୟ ବିଦ୍ୟାସାଗର କହିଛନ୍ତି ଯେ, ଭାରତରେ ଜାନୁଆରୀରେ କରୋନାର ତୃତୀୟ ଲହର ଆସିବ । ତେବେ ଦ୍ୱିତୀୟ ଲହର ତୁଳନାରେ ଏହା କମ୍ ହେବ । କିନ୍ତୁ ତୃତୀୟ ଲହର ନିଶ୍ଚିତ ଭାବେ ଆସିବ । ଏପ୍ରିଲ-ମେରେ ଆସିଥିବା ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିବ । କରୋନା ଟିକା ନେଇନଥିବାରୁ ଅଧିକରୁ ଅଧିକ ବ୍ୟକ୍ତି ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ । କିନ୍ତୁ ଏବେ ସ୍ଥିତି ବଦଳିଛି ।

ସେ ଆହୁରି କହିଛନ୍ତି ଯେ, ଏବେ ଦେଶରେ ୭୫ରୁ ୮୦ ପ୍ରତିଶତଙ୍କ ଶରୀରରେ ଆଣ୍ଟିବଡି ରହିଛି । ୮୫ ପ୍ରତିଶତ ଟିକାର ପ୍ରଥମ ଡୋଜ୍ ନେଇସାରିଛନ୍ତି । ୫୫ ପ୍ରତିଶଥ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ଦ୍ୱିତୀୟ ଡୋଜ୍ ଲୋକଙ୍କୁ ୯୫ ପ୍ରତିଶତ ସୁରକ୍ଷା ଦେଇପାରିବ । ଫଳରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଦେଶବାସୀ ପ୍ରସ୍ତୁତ ଥିବା ସେ କହିଛନ୍ତି ।

ହାଇଦ୍ରାବାଦ ଆଇଆଇଟିର ପ୍ରଫେସର ବିଦ୍ୟାସାଗର କହିଛନ୍ତି ଯେ, ସଂକ୍ରମିତ ମାମଲା ଦୁଇଟି ବିଷୟ ଉପରେ ନିର୍ଭର କରିବ । ଲୋକଙ୍କ ଶରୀରରେ ଡେଲଟାଠୁ ମିଳିଥିଲା ରୋଗପ୍ରତିରୋଧକ ଶକ୍ତି ରହିଛି । ଏହାସହ ଟିକା ଦ୍ୱାରା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢିଛି । ଏବେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳିନାହିଁ । ଯଦି ଦେଶରେ ତୃତୀୟ ଲହର ଆସେ ତେବେ ଅତି ବେଶିରେ ଦୈନିକ ୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେବେ ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ