ଦେଶ ବିଦେଶ

ଜାନୁଆରି ୨୫ରେ ଗଡ଼ିବ ଶ୍ରୀଜଗନ୍ନାଥ ସର୍କିଟ ଟ୍ରେନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ରେଳ ମନ୍ତ୍ରଣାଳୟ ଅଧୀନ ଭାରତୀୟ ରେଳବାଇ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ(ଆଇଆରସିଟିସି) ପକ୍ଷରୁ ଭାରତ ଗୌରବ ଟ୍ରେନ ମାଧ୍ୟମରେ ଶ୍ରୀଜଗନ୍ନାଥ ଯାତ୍ରା ରେଳ ଟୁର ପ୍ୟାକେଜ୍‌ ଘୋଷଣା କରାଯାଇଛି। ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ଦେଖୋ ଆପ୍ନା ଦେଶ’ ପଦକ୍ଷେପ ଅନୁଯାୟୀ ଏକ ସ୍ୱତନ୍ତ୍ର ଟ୍ରେନ ଶ୍ରୀଜଗନ୍ନାଥ ଯାତ୍ରା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍ ଦିଲ୍ଲୀରୁ ଆରମ୍ଭ ହୋଇ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳ ଓ ଐତିହ୍ୟସ୍ଥଳକୁ ସଂଯୋଗ କରିବ। ଅତ୍ୟାଧୁନିକ ଏସି ରେକ୍ ସହିତ ଏହି ଟ୍ରେନ୍ ଜାନୁଆରି ୨୫ରେ ଦିଲ୍ଲୀ ସଫଦରଜଙ୍ଗ୍‌ ରେଳ ଷ୍ଟେସନରୁ ବାହାରି ଫେବ୍ରୁଆରି ପହିଲାରେ ଯାତ୍ରା ଶେଷ କରିବ। ଏହି ସମୟ ମଧ୍ୟରେ ତୀର୍ଥଯାତ୍ରୀ ଦେଶର ଚାରି ଧାମ ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବେ। ଏହାବ୍ୟତୀତ ବାରଣାସୀ, ବୈଦ୍ୟନାଥ ଧାମ ଓ ଗୟା ପରିଦର୍ଶନ ମଧ୍ୟ ଏହି ଯାତ୍ରାର ଆକର୍ଷଣର କେନ୍ଦ୍ର ରହିବ। ପର୍ଯ୍ୟଟକମାନେ ଗାଜିଆବାଦ, ଆଲିଗଡ଼ ତୁଣ୍ଡଲା, ଇଟାୱା, କାନପୁର ଏବଂ ଲକ୍ଷ୍ନୌ ଷ୍ଟେସନରେ ଚଢିବା ଓ ଓହ୍ଲାଇବାର ବିକଳ୍ପ ମଧ୍ୟ ପାଇବେ।

୭ ରାତ୍ରି/୮ ଦିନର ଟ୍ରେନ୍ ଯାତ୍ରା, ପ୍ୟାକେଜ୍‌ ଦାମ ୧୭,୬୫୫
୧୧ଟି ଏସି-୩ ଟାୟାର କୋଚରେ ୬୦୦ ସିଟ୍‌
ଶାକାହାରୀ ଖାଦ୍ୟ, ସୁସଜ୍ଜିତ ପ୍ୟାଣ୍ଟ୍ରି କାର୍‌ ବ୍ୟବସ୍ଥା

୭ ରାତ୍ରି/୮ ଦିନର ଟ୍ରେନ୍ ଯାତ୍ରା ବାରଣାସୀରେ ଏହାର ପ୍ରଥମ ପରିଭ୍ରମଣ କରାଇବ। ଯେଉଁଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର ଜ୍ୟୋତିର୍ଲିଙ୍ଗ, ଗଙ୍ଗା ଘାଟ ଓ ଆରତି କରିଡର ପରିଦର୍ଶନ କରିବେ। ବାରଣାସୀ ପରେ ଟ୍ରେନ୍ ଝାଡ଼ଖଣ୍ଡର ଜସିଡିହ ରେଳ ଷ୍ଟେସନକୁ ଯିବ। ଯେଉଁଠାରେ ପର୍ଯ୍ୟଟକ ବୈଦ୍ୟନାଥ ଧାମ ଜ୍ୟୋତିର୍ଲିଙ୍ଗ ମନ୍ଦିର ପରିଦର୍ଶନ କରିପାରିବେ। ଜସିଡିହ ପରେ ଟ୍ରେନ୍ ପୁରୀ ଅଭିମୁଖେ ଯାତ୍ରା କରିବ। ଏଠାରେ ହୋଟେଲରେ ଦୁଇ ରାତି ରହିବାର ବ୍ୟବସ୍ଥା କରାଯିବ। ପୁରୀରେ ପର୍ଯ୍ୟଟକମାନେ ଜଗନ୍ନାଥ ମନ୍ଦିର, ଗୋଲଡେନ୍ ପୁରୀ ବିଚ୍, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ୱରରେ ମନ୍ଦିର ପରିଦର୍ଶନ କରିବେ। ପୁରୀ ପରେ ଶେଷ ଗନ୍ତବ୍ୟସ୍ଥଳ ହେଉଛି ଗୟା। ଯେଉଁଠାରେ ବିଷ୍ଣୁପଦ ମନ୍ଦିର ପରିଦର୍ଶନ କରାଯିବ। ଏହି ଟ୍ରେନ୍ ୮ଦିନ ଯାତ୍ରା ପରେ ଫେବୃଆରି ପହିଲାରେ ଦିଲ୍ଲୀକୁ ଫେରିବ।

ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ପର୍ଯ୍ୟଟନ ଟ୍ରେନରେ ୧୧ଟି ତୃତୀୟ ଏସି କୋଚ୍, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ଦୁଇଟି ଏସ୍‌ଏ୍‌ଆର ଉପଲବ୍ଧ ରହିଛି। ସୁସଜ୍ଜିତ ଆଧୁନିକ ପାଣ୍ଟ୍ରି କାରରୁ ସତେଜ ରନ୍ଧା ଶାକାହାରୀ ଖାଦ୍ୟ ଟ୍ରେନରେ ନିଜ ନିଜ ଆସନରେ ଅତିଥିଙ୍କୁ ଦିଆଯିବ। ଟ୍ରେନ ଯାତ୍ରୀମାନଙ୍କ ମନୋରଞ୍ଜନ ତଥା ଜନସାଧାରଣଙ୍କ ଘୋଷଣା ପାଇଁ ଏକ ସୂଚନା ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକଙ୍କ ପାଇଁ ସ୍ୱଚ୍ଛ ଶୌଚାଳୟଠାରୁ ଆରମ୍ଭ କରି ସିସିଟିଭି କ୍ୟାମେରା, ପ୍ରତ୍ୟେକ କୋଚ୍ ପାଇଁ ସୁରକ୍ଷା କର୍ମୀ ରହିବେ। ଭାରତ ଗୌରବ ଟ୍ରେନ୍ ଯୋଜନା ଅଧୀନରେ ରେଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳ ପ୍ରାୟ ୩୩% ରିହାତି ପ୍ରଦାନ କରୁଛି। ପ୍ରତି ବ୍ୟକ୍ତିଙ୍କ ପାଇଁ ୧୭ ହଜାର ୬୫୫ ଟଙ୍କାରୁ ପ୍ୟାକେଜ୍‌ ଆରମ୍ଭ ହେଉଛି। ଏହି ପ୍ୟାକେଜରେ ତୃତୀୟ ଏସିରେ ଟ୍ରେନ୍ ଯାତ୍ରା, ଏସି ହୋଟେଲରେ ରାତି ରହଣି, ପୂର୍ଣ୍ଣ ଭୋଜନ(କେବଳ ଶାକାହାରୀ), ସମସ୍ତ ବସ୍ ଓ ଦର୍ଶନୀୟ ସ୍ଥାନ ସ୍ଥାନାନ୍ତର, ଭ୍ରମଣ ବୀମା ଏବଂ ଗାଇଡ୍ ସେବା ଆଦି ଅନ୍ତର୍ଭୁକ୍ତ ରହିଛି। ଏଥିସହ ସ୍ୱାସ୍ଥ୍ୟ ବ୍ୟବସ୍ଥା, ସତର୍କତାମୂଳକ ପଦକ୍ଷେପ ପ୍ରଦାନ କରାଯିବ। ଅତିଥିମାନଙ୍କ ପାଇଁ ଏକ ନିରାପଦ ତଥା ସ୍ମରଣୀୟ ଅଭିଜ୍ଞତା ପ୍ରଦାନ କରିବାକୁ ଆଇଆରସିଟିସି ଚେଷ୍ଟା କରିବ। ଅଧିକ ବିବରଣୀ ପାଇଁ ପର୍ଯ୍ୟଟକମାନେ ଆଇଆରସିଟିସି ୱେବସାଇଟ୍ www.irctctourism.com ପରିଦର୍ଶନ କରିପାରିବେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ