ଖେଳ ଦେଶ ବିଦେଶ ରାଜ୍ୟ

ଜାତୀୟ ବାଳିକା ଏକାଡେମି ହକି ଉଦ୍‌ଘାଟିତ, ବିଜୟରୁ ଓଡ଼ିଶା ନାଭାଲ ଟାଟା ହକି ଏକାଡେମିର ଅଭିଯାନ

ଭୁବନେଶ୍ବର: ପ୍ରଥମ ଥର ଲାଗି ଆୟୋଜିତ ଜାତୀୟ ବାଳିକା (ଉପକନିଷ୍ଠ ଓ କନିଷ୍ଠ) ଏକାଡେମି ହକି ପ୍ରତିଯୋଗିତା ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି। ଉପକନିଷ୍ଠ ବର୍ଗରେ ଓଡ଼ିଶା ନାଭାଲ ଟାଟା ହକି ଉଚ୍ଚ ଗୁଣବତ୍ତା କେନ୍ଦ୍ର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଏହି ଦଳ ୫-୦ ଗୋଲ୍‌ରେ ମଧ୍ୟପ୍ରଦେଶ ହକି ଏକାଡେମିକୁ ପରାସ୍ତ କରିଛି। ଅଧିନାୟକ ମୁନମୁନି ଦାସ (୧୫, ୫୮ ମିନିଟ୍‌) ଓ ଏଲାନି ଟୁଟି (୪, ୨୦ ମିନିଟ୍‌) ଦୁଇଟି‌ ଲେଖାଏଁ ଏବଂ ବେବିରାଣୀ ସନ୍ଦାମ (୫୨ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ। ଏହି ବର୍ଗରେ ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ରାଉଣ୍ଡଗ୍ଲାସ ପଞ୍ଜାବ ହକି କ୍ଲବ୍‌ ଏକାଡେମି ୨୦-୦ ଗୋଲ୍‌ରେ ଧ୍ୟାନ ଚାନ୍ଦ ହକି ଏକାଡେମିକୁ, ମାର୍କଣ୍ଡେଶ୍ବର ହକି ଏକାଡେମି ୧୩-୦ ଗୋଲ୍‌ରେ ମୁମ୍ବାଇ ‌ସ୍କୁଲ୍‌ ସ୍ପୋର୍ଟ୍ସ ଆସୋସିଏସନ୍‌କୁ ହରାଇଥିଲା। ତେବେ ଜୟ ଭାରତ ହକି ଏକାଡେମି ଓ ଅଲିମ୍ପିଆନ୍‌ ବିବେକ ସିଂହ ହକି ଏକାଡେମି ମ୍ୟାଚ୍‌ ୩-୩ ଗୋଲ୍‌ରେ ଅମୀମାଂସିତ ରହିଥିଲା।

କନିଷ୍ଠ ବର୍ଗରେ ମଧ୍ୟପ୍ରଦେଶ ହକି ଏକ‌ାଡେମି ୧୭-୦ ଗୋଲ୍‌ରେ ତାମିଲନାଡ଼ୁ ହକି ‌ଏକାଡେମିକୁ ପରାସ୍ତ କରିଥିଲା। ତେବେ ପିକେଏମ୍‌ ହକି ଏକାଡେମି ନ ଆସିବାରୁ ହାର ହକି ଏକାଡେମିକୁ ୱାକ୍‌ ଓଭର ମିଳିଥିଲା। ଏଥିସହ ହାର ଦଳ ୫-୦ ଗୋଲ୍‌ରେ ବିଜୟୀ ଘୋଷିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ଅତିଥିଭାବେ ହକି ଇଣ୍ଡିଆ ସଭାପତି ‌ଜ୍ଞାନେନ୍ଦ୍ରୋ ନିଙ୍ଗୋମ୍ବାବ ଏବଂ ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କି ଅତିଥି ଭାବେ ଯୋଗ ଦେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ