ନୂଆଦିଲ୍ଲୀ ୧୪/୦୬: ଜାତୀୟ ପୁରସ୍କାର ବିଜେତା ତଥା କନ୍ନଡ ଅଭିନେତା ସଞ୍ଚାରୀ ବିଜୟଙ୍କ ସଡ଼କ ଦୁର୍ଘଟଣା ହୋଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଅଭିନେତାଙ୍କ ଭାଇ ସିଦ୍ଧେଶ କୁମାର ଏହାର ସୂଚନା ଦେଇଛନ୍ତି । ଶନିବାର ଅଭିନେତାଙ୍କ ମୋଟରସାଇକେଲ ଖସିଯିବା ପରେ ଏହି ଦୁର୍ଘଟଣା ଘଟିଛି।
ଅଭିନେତାଙ୍କ ଭାଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ “ଦୁର୍ଘଟଣା ପରେ ସେ କୋମାରେ ଅଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ଯାହା ଦ୍ୱାରା ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ ତାଙ୍କ ପାଇଁ ଆସନ୍ତା ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”
ସଞ୍ଚାରୀ ବିଜୟ ୨୦୧୫ ମସିହାରେ ନାନୁ ଆଭାନାଲା ଆଭାଲୁ ଫିଲ୍ମରୁ ନିଜର ପରିଚୟ ସୃଷ୍ଟି କରିଥିଲେ । ଏହି ଫିଲ୍ମ ପାଇଁ ଅଭିନେତାଙ୍କୁ ଜାତୀୟ ପୁରଷ୍କାରରେ ସମ୍ମାନୀତ କରାଯାଇଥିଲା । ତାଙ୍କୁ ଶେଷ ଥର ପାଇଁ ଫିଲ୍ମ ଆକ୍ଟ ୧୯୭୮ ରେ ଦେଖିବାକୁ ମିଳିଥିଲା ।

