ଖେଳ

ଜାତିଆଣ ମନ୍ତବ୍ୟ ପାଇଁ ଜର୍ମାନ ଅଧିକାରୀଙ୍କୁ ଘରକୁ ପଠାଇ ଦିଆଗଲା

ଟୋକିଓ : ଅଲିମ୍ପିକ୍ସରେ ବୁଧବାର ସାଇକେଲ ଚାଳନା ଟ୍ରାଏଲ୍ସ ‌ଚାଲୁଥିବା ବେଳେ ଜର୍ମାନ ସାଇକ୍ଲିଂ ମହାସଂଘର କ୍ରୀଡ଼ା ନିର୍ଦ୍ଦେଶକ ପାଟ୍ରିକ ମଷ୍ଟରଙ୍କ ଜାତିଆଣ ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ତୁରନ୍ତ ଜର୍ମାନି ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଏଲ ସମୟରେ ନିଜ ଦେଶର ସାଇକେଲ ଚାଳକ ନିକିଅସ ଅର୍ଣ୍ଣଡଟଙ୍କୁ ଉତ୍ସାହିତ କରିବାକୁ ଏଭଳି ମନ୍ତବ୍ୟ ଦେଇଥିଲେ। ଏହି ସମୟରେ ନିକିଅସ ଆଲ୍‌ଜେରିଆର ଆଜେଡିନ୍‌ ଲଗାବ ଓ ଏରିଟ୍ରିଆର ଅମାନୁଏଲ ଘେବ୍ରେଇଜାଭିଅରଙ୍କୁ ଅତିକ୍ରମ କରିବାକୁ ଯାଉଥିଲେ। ତେଣୁ ନିିକିଅସ୍‌ଙ୍କୁ ଉତ୍ସାହିତ କରିବାକୁ ଯାଇ ଅନ୍ୟ ଦୁଇ ଚାଳକଙ୍କୁ ପାଟ୍ରିକ ଓଟ ବୋଲି ସମ୍ବୋଧନ କରିଥିଲେ।

ତେବେ ନିଜର ଏଭଳି ମନ୍ତବ୍ୟ ପାଇଁ ପାଟ୍ରିକ ପରବର୍ତ୍ତୀ ସମୟରେ କ୍ଷମାପ୍ରାର୍ଥନା କରିଥିଲେ। ସମୟର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏପରି କରିବାକୁ ପଡ଼ିଥିଲା ବୋଲି ସେ ସଫେଇ ଦେଇଛନ୍ତି। ତଥାପି ତାଙ୍କ କ୍ଷମାକୁ ଜର୍ମାନି ଅଲିମ୍ପିକ ସମିତି (ଡିଓଏସ୍‌ବି) ଗ୍ରହଣ କରିଥିଲେ ସୁଦ୍ଧା ପାଟ୍ରିକଙ୍କୁ ଟୋକିଓରେ ରଖାଯିବା କ୍ରୀଡ଼ା ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ବିବେଚନା କରିବା ସହ ସ୍ବଦେଶ ଫେରାଇ ଆଣିବାକୁ ସ୍ଥିର କରାଯାଇଛି। ଆନ୍ତର୍ଜାତିକ ସାଇକ୍ଲିଂ ମହାସଂଘ (ୟୁସିଆଇ) ମଧ୍ୟ ପାଟ୍ରିକଙ୍କ ମନ୍ତବ୍ୟକୁ ନିନ୍ଦା କରିଛି। ଅନ୍ୟପକ୍ଷରେ ଜର୍ମାନି ଟିଭି ପ୍ରସାରଣକାରୀ ସଂସ୍ଥା ଏଆର୍‌ଡି ଭାଷ୍ୟକାର ଫ୍ଲୋରିଆନ ନାସ୍‌ ମଧ୍ୟ ଏଭଳି ମନ୍ତବ୍ୟକୁ ଦେଖି ହତ୍‌ବାକ୍‌ ହୋଇଥିଲା ବେଳେ ଏଭଳି ଶବ୍ଦ ତାଙ୍କୁ ଆଘାତ ଦେଇଥିବା ସେ କହିଛନ୍ତି। କ୍ରୀଡ଼ାରେ ଏଭଳି ଘଟଣାର କୌଣସି ସ୍ଥାନ ନଥିବା ସେ ମତ ରଖିଥିଲେ। ଅନ୍ୟପକ୍ଷରେ ଟ୍ରାଏଲ୍ସରେ ୧୯ତମ ସ୍ଥାନରେ ରହିଥିବା ଜର୍ମାନିର ଅର୍ଣ୍ଣଡଟ ତାଙ୍କ କ୍ରୀଡ଼ା ନିର୍ଦ୍ଦେଶକଙ୍କ ଉତ୍ସାହୀ ମନ୍ତବ୍ୟକୁ ଗ୍ରହଣୀୟ ନୁହେଁ ବୋଲି ମତ‌ ଦେଇଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ