ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଜାଣିଶୁଣି କୋଭିଡ୍‌-୧୯ ଆକ୍ରାନ୍ତ ହେଲେ ଚୀନା ଗାୟିକା ଜାନି ସାଙ୍ଗ୍‌

ନୂଆଦିଲ୍ଲୀ: ଜାଣିଶୁଣି କରୋନାଭାଇରସ୍‌ଦ୍ବାରା ସଂକ୍ରମିତ ହେବା ପରେ ଚୀନା ଗାୟିକା ତଥା ଗୀତିକାର ଜାନି ସାଙ୍ଗ୍‌ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚିତ ହୋଇଛନ୍ତି।

‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ରିପୋର୍ଟ କରିଛି, କୋଭିଡ୍‌ ପଜିଟିଭ୍‌ ବାହାରିଥିବା ବନ୍ଧୁମାନଙ୍କ ସହିତ ମିଳାମିଶା କରି ସେ ‌କରୋନାଭାଇରସ୍‌ଦ୍ବାରା ଆକ୍ରାନ୍ତ ହୋଇଥିବା କଥା କହିଛନ୍ତି। ‘ୱେଇବୋ’ରେ ଗାୟିକା ସାଙ୍ଗ୍‌ କହିଛନ୍ତି ଯେ, ସେ ମଧ୍ୟ ଭୂତାଣୁ ବାହକ ‘ମେଷ’ମାନଙ୍କ (ସିପ୍‌) ଘରକୁ ଯାଇଥିଲେ।

ସମ୍ପ୍ରତି ଚୀନ୍‌ରେ ‘ଓମିକ୍ରନ୍‌’ର ‘ବିଏଫ୍‌.୭’ ଭୂତାଣୁଜନିତ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ସେ ଜାଣିଶୁଣି ଏଭଳି ବୋକାମି କରିବା ସଂକ୍ରାନ୍ତରେ ବୁଝାଇ ଦେଇଛନ୍ତି। ସେ କହିଛନ୍ତି, ଏବେଠୁ ସଂକ୍ରମିତ ହୋଇଗଲେ ନବବର୍ଷ ଅବ୍ୟବହିତ ସନ୍ଧ୍ୟାରେ ଆଉ ସଂକ୍ରମଣ ଆଶଙ୍କା ରହିବ ନାହିଁ। ଏବେ ସୁସ୍ଥ ହେବା ପାଇଁ ମୋ ପାଖରେ ସମୟ ଥିବାରୁ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ଲୋକମାନଙ୍କ ସହିତ ମୁଁ ମିଳାମିଶା କଲି।

ଜ୍ବର, ତଣ୍ଟି ଦରଜ ଓ ଘୋଳାବିନ୍ଧା ଆଦି ଲକ୍ଷଣ ଦେଖା ଦେବାରୁ ସେ ଶୋଇପଡ଼ିଲେ। ତାଙ୍କର ଏହି ସବୁ ଲକ୍ଷଣ କୋଭିଡ୍‌ ରୋଗୀମାନଙ୍କ ଲକ୍ଷଣ ସହିତ ସମାନ ହୋଇଥିଲେ ବି ତାହା ଗୋଟିଏ ଦିନ ରହିଥିଲା ବୋଲି ୩୮ ବର୍ଷୀୟ ଗାୟିକା ସାଙ୍ଗ୍‌ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଗୋଟିଏ ଦିନ ଓ ରାତି ଶୋଇବା ପରେ, ମୋ ଦେଶରୁ ସମସ୍ତ ଲକ୍ଷଣ ଉଭେଇ ଗଲା। ଅନ୍ୟ କୌଣସି ଔଷଧ ନ ଖାଇ ମୁଁ କେବଳ ଯଥେଷ୍ଟ ପରିମାଣର ପାଣି ପିଇଲି ଓ ଭିଟାମିନ୍‌ ‘ସି’ ଖାଇ ଭଲ ହୋଇଗଲି।

ଚୀନ୍‌ରେ କୋଭିଡ୍‌-୧୯ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ସାଙ୍ଗ୍‌ଙ୍କର ଏଭଳି ଯୁକ୍ତିକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଗ୍ରହଣ କରି ପାରି ତୀବ୍ର ସମାଲୋଚନା କରିଛନ୍ତି। ପରେ ସାଙ୍ଗ୍‌ ତାଙ୍କ ବିବାଦୀୟ ପୋଷ୍ଟ୍‌ ଡିଲିଟ୍‌ କରି ସର୍ବସାଧାରଣରେ କ୍ଷମାଭିକ୍ଷା କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ