ଦେଶ ବିଦେଶ

ଜାଣନ୍ତୁ ନୂଆ ବଜେଟର ୧୫ଟି ପ୍ରମୁଖ ଘୋଷଣା

  • ନୂଆ ଆୟକର ବ୍ୟବସ୍ଥା ଅନୁସାରେ ଆୟକର ଛାଡ଼ସୀମା ବଢିଲା, ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫୦୦୦କୁ ବୃଦ୍ଧି ।
  • ଆଞ୍ଜେଲ ଟିକସ ଉଠିଲା ।
  • ଫ୍ରେସରଙ୍କୁ ଗୋଟିଏ ମାସର ଦରମା ତିନିଟି କିସ୍ତିରେ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ।
  • କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ କରାଯିବ।
  • ଘରୋଇ ଅନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।
  • ଶକ୍ତି ନିରାପତ୍ତା ଏବଂ ପରିବର୍ତ୍ତନ ପାଇଁ ସରକାର ଏକ ନୀତି ଦସ୍ତାବିଜ ଆଣିବେ ।
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ୨.୦ ଅଧୀନରେ ୧୦ ଲକ୍ଷ କୋଟି ଟଙ୍କା ବିନିଯୋଗ ରେ ୧ କୋଟି ପରିବାରକୁ ଗୃହ ଯୋଗାଇ ଦିଆଯିବ ।
  • ସହରାଞ୍ଚଳ ଘର ପାଇଁ ଶସ୍ତାରେ ଋଣ ପାଇଁ ସୁଧ ସବସିଡି ଯୋଜନା ଆଣିବେ ସରକାର
  • ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀର ବିକାଶ ପାଇଁ ସରକାର ଚଳିତ ଆର୍ଥିକ ବର୍ଷ ଏବଂ ଭବିଷ୍ୟତ ବର୍ଷଗୁଡ଼ିକରେ ୧୫,୦ କୋଟି ଟଙ୍କା ବ୍ୟୟ ବରାଦ କରିବେ।
  • ଘରୋଇ କ୍ଷେତ୍ର ଦ୍ୱାରା ଭିତ୍ତିଭୂମିରେ ଘରୋଇ ପୁଞ୍ଜିନିବେଶକୁ ଭାୟାବିଲିଟି ଗ୍ୟାପ୍ ପାଣ୍ଠି ଏବଂ ସକ୍ଷମ ନୀତି ମାଧ୍ୟମରେ ପ୍ରୋତ୍ସାହିତ କରାଯିବ ।
  • ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ ପ୍ରମୁଖ ୫୦୦ କମ୍ପାନିରେ ଯୁବପିଢିଙ୍କୁ ଇଣ୍ଟର୍ନସିପ ସୁବିଧା । ମାସିକ ୫ ହଜାର ଟଙ୍କା ଭତ୍ତା ମିଳିବ।
  • ମୁଦ୍ରା ଯୋଜନାଅଧୀନରେ ଋଣ ସୀମା କୁ ଦୁଇଗୁଣା କରି ୨୦ ଲକ୍ଷ ଟଙ୍କା କରାଯିବ ।
  • ୧୦୦ଟି ସହରରେ ଶିଳ୍ପ ପାର୍କ ବିନିଯୋଗ ପାଇଁ ମଧ୍ୟ କେନ୍ଦ୍ର ସରକାର ପ୍ରୋତ୍ସାହିତ କରିବେ।
  • କୃଷି ଉତ୍ପାଦନ ବୃଦ୍ଧି, ଗବେଷଣା ଓ ଜଳବାୟୁ ପରିବର୍ତ୍ତନ ସହନକ୍ଷମ କିସମ ଉପରେ ଗୁରୁତ୍ବ ।
  • ପ୍ରତିରକ୍ଷା ପାଇଁ ୪.୫ ଲକ୍ଷ କୋଟିର ବ୍ୟୟବରାଦ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ