ଧର୍ମ

ଜାଣନ୍ତୁ ଦେବାଳୟର ବାସ୍ତୁ ବିଷୟରେ

୧. ମନ୍ଦିର ନିର୍ମାଣ ଶୈଳୀରୁ ହିଁ ବାସ୍ତୁଶାସ୍ତ୍ରର ସୃଷ୍ଟି।
୨. ପ୍ରତ୍ୟେକ ମନ୍ଦିର,ଦେବାଳୟ ବାସ୍ତୁଶାସ୍ତ୍ର ଅନୁମୋଦିତ ହେବା ବାଞ୍ଛନୀୟ।
୩. ମନ୍ଦିର ନିର୍ମାଣ ପାଇଁ ଆୟତାକାର ବା ବର୍ଗାକାର ଜମି ଏକାନ୍ତ ଜରୁରୀ।
୪. ତ୍ରିକୋଣ,ଗୋଲାକାର ଜମି ମନ୍ଦିର ନିର୍ମାଣ ପାଇଁ ଅନୁପଯୁକ୍ତ।
୫. ଦେବାଳୟର ମୁଖ୍ୟ ଦ୍ବାର ପୂର୍ବମୁଖ ହେବା ବାଞ୍ଚନୀୟ।
୬. ପୂର୍ବ ଦିଗରେ ସୂର୍ଯ୍ୟୋଦୟ ହୁଏ। ତେଣୁ ଏହି ଦିଗ ସକରାତ୍ମ ଶକ୍ତିର ପ୍ରତୀକ।
୭. ସାଧାରଣତଃ ମନ୍ଦିରରେ ୪ଟି ଦ୍ବାର ରହିଥାଏ।
୮. ତେବେ ପୂର୍ବ ଏବଂ ଉତ୍ତର ଦ୍ବାରକୁ ମୁଖ୍ୟ ଦ୍ବାର ବୋଲି କୁହାଯାଇପାରେ।
୯. ସାଧାରଣତଃ ଠାକୁରଙ୍କୁ ପୂର୍ବମୁଖ କରି ସ୍ଥାପନା କରିବା ବିଧେୟ।
୧୦. ତେବେ ଶ୍ରୀ ହନୁମାନ,ଦକ୍ଷିଣମୁଖୀ ଏବଂ କାଳୀଙ୍କ ଭଳି ଦେବଦେବୀଙ୍କ ବିଗ୍ରହ ଦକ୍ଷିଣମୁଖୀ କରି ସ୍ଥାପନ କରିବା ଉଚିତ୍।
୧୧. ମନ୍ଦିରର ମୁଖ୍ୟଦ୍ବାର ପ୍ରକାଣ୍ଡ ଏବଂ ମଜବୁତ ହେବା ବିଧେୟ।
୧୨. ମନ୍ଦିର ଚାରିପାଖରେ ବ୍ୟବସାୟିକ ପ୍ରତିଷ୍ଠାନ ବା ଆବାସ ସ୍ଥଳୀ ନ ରହିବା ଭଲ।
୧୩. ମନ୍ଦିରର ଛାଇ ଏହା ଉପରେ ପଡ଼ିବା ଅଶୁଭ ବୋଲି ବିବେଚନା କରାଯାଏ।
୧୪. ମନ୍ଦିର ପ୍ରବେଶ ଦ୍ବାରର ଦକ୍ଷିଣ ପାର୍ଶ୍ବରେ ଚପଲ ରଖିବା ପାଇଁ ବ୍ୟବସ୍ଥା ରହିବା ଉଚିତ୍।
୧୫. ସେହିଭଳି ପାନୀୟ ଜଳ ପାଇଁ ପୂର୍ବ ଦିଗ ପ୍ରକୃଷ୍ଟ।
୧୬. ମନ୍ଦିରର ଉତ୍ତର-ପୂର୍ବ କୋଣରେ ପାଣିକୁଣ୍ଡ ବା ଜଳାଶୟ ରହିବା ଉଚିତ୍।
୧୭. ମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣ ବା ଅଗ୍ନିକୋଣରେ ରୋଷ ଘର ନିର୍ମାଣ କରିବା ବାଞ୍ଛନୀୟ।
୧୮. ମନ୍ଦିରର ଉତ୍ତର କିମ୍ବା ପୂର୍ବ ଦିଗରେ ଦାନପେଡ଼ି ସ୍ଥାପନ କରାଯାଇପାରିବ।
୧୯. ତେବେ ଘର ଭିତରେ ମନ୍ଦିର ନିର୍ମାଣ ପାଇଁ ବାସ୍ତୁଶାସ୍ତ୍ରରେ ଅଲଗା ପରାମର୍ଶ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ