ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ବ୍ୟବସାୟରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ରାଜନୀତିରେ ସଫଳତା ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ

ବୃଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ବିଶେଷ ଲୋକଙ୍କ ସହ ଘନିଷ୍ଠତା ବଜାୟ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶିକ୍ଷାର୍ଥୀଙ୍କୁ ଖୁସି ଖବର ମିଳିବ।

ମିଥୁନ: ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ବାପାଙ୍କଠାରୁ କୌଣସି ବଡ଼ ଉପହାର ପାଇବେ। ନିହାତି ଆବଶ୍ୟକ ନଥିଲେ ଦୂର ସ୍ଥାନକୁ ଯାଆନ୍ତୁ ନାହିଁ।

କର୍କଟ: କାମ ଉପରେ ପୂରା ଧ୍ୟାନ ଦେବାକୁ ଚେଷ୍ଟା କରିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ବହୁତ ଭଲ।

ସିଂହ: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ରକ୍ଷା କରି ଚାଲିବେ। ସକାରାତ୍ମକ ଭାବନା କ୍ୟାରିୟରକୁ ନୂଆ ଦିଗ ଦେବ। କୋର୍ଟ କଚେରି ମାମଲାରେ ଜୟଲାଭ କରିବେ।

କନ୍ୟା: କମ୍ ପରିଶ୍ରମରେ ଜରୁରୀ କାମ ପୂରା ହୋଇଯିବ। ଅଫିସରେ ପଦୋନ୍ନତି ମିଳିବାର ଯୋଗ ଅଛି। ଶିକ୍ଷାର୍ଥୀଙ୍କୁ କୌଣସି ବଡ଼ ଖୁସି ଖବର ମିଳିବ।

ତୁଳା: ଚାକିରି ବୃତ୍ତିରେ ଉନ୍ନତି ହୋଇପାରେ। ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।

ବିଛା: କ୍ୟାରିୟର ସମ୍ବନ୍ଧରେ ବଡ଼ ସଫଳତା ପାଇବେ। ବନ୍ଧୁବର୍ଗଙ୍କ ସହଯୋଗରେ ଘର କାମ ପୂରା କରିବେ। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ସ୍ଥିତି ବହୁତ ଭଲ ରହିବ। ମହିଳା ଶିଳ୍ପୋଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ପରିବାର ସହ ନିଜ ବିଷୟରେ ଆଲୋଚନା କରିବେ।

ମକର: ବେପାରରେ ଉନ୍ନତି ଲାଗି ନୂଆ ଅବସର ପାଇବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

କୁମ୍ଭ: ମନରେ କୌଣସି କଥାକୁ ନେଇ ଉତ୍ସାହ ରହିବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମୀନ: ପରିବାରରେ ସୁଖଶାନ୍ତି ବଜାୟ ରହିବ। ବ୍ୟବସାୟ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ। ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରହିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।