ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ବେପାରରେ ସାମାନ୍ୟ ଲାଭ ପାଇବେ। କ୍ୟାରିୟରକୁ ନେଇ ଗହନ ଚିନ୍ତନରେ ରହିବେ। କୌଣସି ବି କାମ ମନ ଲଗାଇ କଲେ ସଫଳତା ପାଇବେ।

ବୃଷ: ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ବକେୟା ଅର୍ଥ ପାଇବେ। ବନ୍ଧୁ ଘରକୁ ଆସିବା ଯିବା ଲାଗି ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାରର ସମାବେଶ ହେବ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

କର୍କଟ: ବଡ଼ ଅଧିକାରୀଙ୍କ ସହ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। କ୍ୟାରିୟରରେ ଉନ୍ନତି ଯୋଗ ଅଛି। ଜମି ସମ୍ବନ୍ଧରେ ଖୁସି ଖବର ପାଇବେ।

ସିଂହ: ନୂଆ ବ୍ୟବସାୟରେ ସଫଳତା ପାଇବେ। ସଭିଏଁ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କନ୍ୟା: କାମରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିରତା ବଜାୟ ରହିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ତୁଳା: ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। କାମରେ ଭାଇ ଭଉଣୀଙ୍କ ସହଯୋଗ ପାଇବେ। ସନ୍ତାନ ଆପଣଙ୍କ କଥାରେ ପ୍ରଭାବିତ ହେବେ।

ବିଛା: ଦିନଟି ପୂର୍ବ ଅପେକ୍ଷା ଭଲ ହେବ। ଚାକିରିରେ ପଦୋନ୍ନତି ଯୋଗ ଅଛି। ବିଶିଷ୍ଟ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ।

ଧନୁ: ଶିକ୍ଷଣୀୟ ସଂସ୍ଥାରେ ଥିବା ଲୋକଙ୍କୁ ଲାଭ ମିଳିବ। ବ୍ୟବସାୟ ସମ୍ମିଳନୀରେ ଆପଣଙ୍କ କଥା ରଖିବେ। ରାଜନୀତିରେ ଥିବା ଲୋକଙ୍କର ପଦୋନ୍ନତି ହେବ।

ମକର: କାମରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଲାଭ ଦେବ। ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଦିନଟି ଅନ୍ୟମାନଙ୍କ ସେବା ସତ୍କାରରେ ବିତିବ। ଅଫିସରେ ଆପଣଙ୍କ କାମର ଖୁବ୍ ପ୍ରଶଂସା ହେବ। ଆପଣଙ୍କ ହାତକୁ ବଡ଼ ସଫଳତା ଆସିବ।

ମୀନ: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। କାର୍ଯ୍ୟକ୍ଷେତ୍ରରେ ଛୋଟ ଛୋଟ ଭୁଲ୍‍କୁ ଅଣଦେଖା କରନ୍ତୁ ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।