ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆଗକୁ ବଢ଼ିବା ଲାଗି କିଛି ନୂଆ ଭାବିବେ।

ବୃଷ: ପ୍ରିୟ ବନ୍ଧୁ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା ଅଛି। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ନିଜ କାମରେ ଅଧିକ ପାଣ୍ଠି ଲଗାଇ ପାରନ୍ତି। ସରକାରୀ ଚାକିରିଆ ସୁସମ୍ବାଦ ପାଇବେ। ପାରିବାରିକ ଜୀବନ ସୁଖକର ହେବ।

କର୍କଟ: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଆୟ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ଭୂସଂପତ୍ତି ସମ୍ବନ୍ଧୀୟ କାମ ସଂପୂର୍ଣ୍ଣ ହୋଇଯିବ।

ସିଂହ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ମହତ୍ତ୍ବପୂର୍ଣ୍ଣ ବିଷୟରେ ବନ୍ଧୁ ସହ କଥା ହେବେ।

କନ୍ୟା: ବ୍ୟବସାୟରେ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନଯୋଗ ଦେବେ।

ତୁଳା: କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ପାଇବେ। ଅଫିସରେ ସବୁ ଲୋକଙ୍କ ସହ ତାଳମେଳ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ବିଛା: ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ଜିନିଷ ଉପହାର ଦେବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ଧନୁ: ଆପଣ ବିଶେଷ କାମରେ ଲୋକଙ୍କ ସହଯୋଗ ପାଇବେ। ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।

ମକର: ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନ କରି ଅଧିକ ପରିଶ୍ରମ କରନ୍ତୁ। ଚାକିରିଆଙ୍କର ମନପସନ୍ଦ ଜାଗାକୁ ବଦଳି ହୋଇପାରେ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ।

କୁମ୍ଭ: ଶୀଘ୍ର କୌଣସି ନୂଆ ଦାୟିତ୍ବ ପାଇବେ। ଆପଣଙ୍କ ବୁଦ୍ଧି ବିରୋଧୀମାନଙ୍କୁ ଦୂରରେ ରଖିବ। ଗୃହିଣୀମାନେ ଘର କାମ ଯଥା ସମୟରେ ସଂପୂର୍ଣ୍ଣ କରିଦେବେ।

ମୀନ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। କ୍ୟାରିୟରରେ କୌଣସି ଭଲ ସୁଯୋଗ ପାଇବେ। ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ହେବ। ପ୍ରେମ ଜୀବନ ମଧୁର ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।