ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ


ମେଷ: ପରିବାର ସହ ଅଧିକ ସମୟ କାଟିବେ। ରାଜନୀତିରେ ସଫଳତା ମିଳିବ। ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ବୃଷ: କାର୍ଯ୍ୟକ୍ଷେତ୍ରରେ କାମ ପୂରା କରିବାରେ ସମୟ ଲାଗିବ। ରାଜନୀତି ଆୟୋଜନରେ ଭାଗ ନେବାର ଅବସର ପାଇବେ। ଆପଣଙ୍କ ମନ ପୂଜାପାଠରେ ଲାଗିବ।

ମିଥୁନ: ପ୍ରିୟ ବନ୍ଧୁ ସହ ଦେଖା ହେବ। ବାପାଙ୍କ ସହଯୋଗରେ ଜରୁରୀ କାମ ପୂରା ହୋଇଯିବ। ଧନଲାଭର ସୁଯୋଗ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ବ୍ୟାବସାୟିକ ଚୁକ୍ତି ପାଇଁ ବଡ଼ ସହରକୁ ଯିବେ। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

ସିଂହ: ସାରା ଦିନ ନୂଆ ଶକ୍ତିରେ ପରିପୂର୍ଣ୍ଣ ରହିବେ। ଶିକ୍ଷକଙ୍କୁ ପୁରସ୍କାର ମିଳିବ। ବ୍ୟବସାୟରେ ନୂଆ ଲୋକଙ୍କ ସହ ମିଶିବାର ଅବସର ପାଇବେ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ କୌଣସି ବନ୍ଧୁ ସହ ବାଦ ବିବାଦ ହୋଇପାରେ। ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ।

ତୁଳା: ପୂର୍ବ ପରିଚୟରୁ ଲାଭ ପାଇବେ। ଘରେ ଆପଣଙ୍କୁ ଭାଇ ଭଉଣୀଙ୍କ ସାହାଯ୍ୟ ମିଳିବ। ଅବିବାହିତଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ।

ବିଛା: ପିଲାମାନଙ୍କ ସମ୍ବନ୍ଧରେ ଭଲ ଖବର ପାଇବେ। ଆପଣ ସାଥୀଙ୍କ ଠାରୁ ଉପହାର ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ଆପଣଙ୍କର ସବୁ ଚିନ୍ତା ଦୂର ହେବ।

ଧନୁ: ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ। ଅଫିସରେ କିଛି ଲୋକ ଆପଣଙ୍କ ଠାରୁ ସାହାଯ୍ୟ ନେବେ। ଜୀବନସାଥୀଙ୍କୁ ନିଜ ମନର କଥା କହିବେ।

ମକର: ସାମାଜିକ ସଂଗଠନ ଆରମ୍ଭ କରିବା ଲାଗି ଦିନଟି ଭଲ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ। ବ୍ୟବସାୟରେ ଲାଭ କମ୍ ମିଳିପାରେ।

କୁମ୍ଭ: ନିଜର ପ୍ରତିଭା ବିକାଶ ଲାଗି ଅବସର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ପ୍ରିୟତମଙ୍କ ସହ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।

ମୀନ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଲୋକ ଆପଣଙ୍କ ଠାରୁ କୌଣସି କାମ ଶିଖିବାକୁ ଚାହିଁବେ। ବାହାରକୁ କାମରେ ଗଲାବେଳେ ନିଜର ଆତ୍ମବିଶ୍ବାସ ଅତୁଟ ରଖନ୍ତୁ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ