ଖେଳ

ଜାଙ୍ଗରା ଜିତିଲେ ପ୍ରଥମ ପେସାଦାର ଲଢ଼େଇ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ବିଜେତା ଭାରତୀୟ ମୁଷ୍ଟିଯୋଦ୍ଧା ମନଦୀପ ଜାଙ୍ଗରା ଶନିବାର ତାଙ୍କ ପ୍ରଥମ ପେସାଦାର ଲଢ଼େଇକୁ ଜିତି ନେଇଛନ୍ତି। ଆମେରିକାର ଫ୍ଲୋରିଡାରେ ଅନୁଷ୍ଠିତ ଆର୍ଜେଣ୍ଟିନାର ଲୁସିଆନୋ ରାମୋସଙ୍କ ବିପକ୍ଷ ଏହି ପଦାର୍ପଣ ଲଢ଼େଇକୁ ଜାଙ୍ଗରା ୪ ରାଉଣ୍ଡ୍‌ ସର୍ବସମ୍ମତ ନିଷ୍ପତ୍ତିରେ ନିଜ ପକ୍ଷରେ ରଖିଥିଲେ। ଏଥି ସହ ବିଜେନ୍ଦରଙ୍କ ଭଳି ଜାଙ୍ଗରା ମଧ୍ୟ ପେସାଦାର ମୁଷ୍ଟିଯୁଦ୍ଧ ଜୀବନରେ ସଫଳ ପଦାର୍ପଣ କରିଛନ୍ତି। ୨୦୧୩ରେ ଏସୀୟ ରୌପ୍ୟ ପଦକ ଜିତିଥିବା ୨୭ ବର୍ଷୀୟ ଜାଙ୍ଗରା ଫ୍ଲୋରିଡ଼ାର ପ୍ରୋ ବକ୍ସ ପ୍ରମୋସନ୍ସ ସହ ଚୁକ୍ତିବଦ୍ଧ ହୋଇଛନ୍ତି। ‘ପ୍ରୋ ରୢାଙ୍କ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବାରୁ ମୁଁ ଖୁସି, ଆଶା କରୁଛି ମୋ ଦଳ ପାଇଁ ବିଶ୍ବ ପ୍ରତିଯୋଗିତା ଜିତିବି’ ବୋଲି କହିଛନ୍ତି ଜାଙ୍ଗରା। ଦୁଇ ମାସ ତଳୂ ଆମେରିକା ଗସ୍ତ କରିଥିବା ଜାଙ୍ଗରା ଦୁଇ ଆମେରିକୀୟ ପ୍ରଶିକ୍ଷକ ଆଶା ବର୍ଡ ଓ ମାର୍କ ଫେରଟଙ୍କ ଅଧିନରେ ତାଲିମ ନେଇ ପେସାଦାର ପଦାର୍ପଣ କରିଛନ୍ତି। ଏହି ଲଢ଼େଇ ମାର୍ଚ୍ଚ ୧୯ରେ ହେବାକୁ ଥିଲେ ମଧ୍ୟ କେତେକ କାରଣରୁ ମେ ୮ ତାରିଖକୁ ଘୁଞ୍ଚିଥିଲା।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ