ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାଗର ମେଳା ପାଇଁ ସଜେଇ ହେଲାଣି ବେଦବ୍ୟାସ ପୀଠ

ରାଉରକେଲା: ଚଳିତ ମାସ ୮ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବେଦବ୍ୟାସ ମେଳା। ୧୭ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ପଶ୍ଚିମ ଓଡ଼ିଶାର ସର୍ବପୁରାତନ ମେଳା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ପ୍ରତିବର୍ଷ ପରି ଚଳିତ ଥର ଦେଶର ବିଭିନ୍ନ ରାଜ୍ୟର ବ୍ୟବସାୟୀମାନେ ପସର ମେଲାଇଲେଣି। ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ରାହ୍ମଣୀନଦୀରେ ଅଘଟଣ ରୋକିବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଆଜି ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ବରିଷ୍ଠ ପୁଲିସ ଅଧିକାରୀଙ୍କ ଟ୍ରାଫିକ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ମନ୍ଦିର ପରିସରକୁ ରେଙ୍ଗରେଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି।

ପ୍ରସିଦ୍ଧ ବେଦବ୍ୟାସ ଶୈପପୀଠ ହିନ୍ଦୁ ଧର୍ମର ମହାନଗ୍ରନ୍ଥ ମହାଭାରତର ରଚୟିତା ମହର୍ଷି ବ୍ୟାସଦେବଙ୍କ ନାମାନୁସାରେ ନାମକରଣ କରାଯାଇଛି। ପବିତ୍ରସ୍ଥଳର ଅନ୍ୟ ଏକ ବିଶେଷତ୍ବ ହେଉଛି, ଏଲ୍ଲାହାବାଦ ପରି ଏହା ଏକ ସଙ୍ଗମ କ୍ଷେତ୍ର। କୋଏଲ୍‌ ଏବଂ ଶଙ୍ଖ ନଦୀ ସହିତ କ୍ଷୀଣସ୍ରୋତା ସରସ୍ବତୀର ସଙ୍ଗମ ଫଳରେ ଏହିଠାରୁ ହିଁ ରାଜ୍ୟର ଦ୍ବିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ଉତ୍ପତ୍ତି। ଜନଶ୍ରୁତି ଅନୁଯାୟୀ ଋଷି ପରାଶରଙ୍କ ଆଶ୍ରମ ଏହି ତ୍ରୀବେଣି ସଙ୍ଗମ ନିକଟରେ ଥିଲା। ସେହି ଗ୍ରାମର ନାମଥିଲା ‘ପରାଶର ମୁଣ୍ଡା। ଋଷି ପରାଶରଜୀ ପ୍ରତିଦିନ ଡଙ୍ଗାରେ ନଦୀପାର ହୋଇ ଆର ପାରକୁ ଯାଉଥିଲେ। କାମସାରି ଫେରୁଥିଲେ।

ଗମନାଗମନର ସୁବିଧା ନଥିଲା। ପାଦରେ ଚାଲି ଚାଲି ଲୋକମାନେ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। ବିଧିର ବିଧାନ କ୍ରମେ ଦିନେ ପରାଶରଜୀ ନଦୀ ପାରିହେବା ପାଇଁ ଉପସ୍ଥିତ ବେଳେ ‘ଦାସ କୈବର୍ତ୍ତ’ ଅନୁପସ୍ଥିତ ଥିଲା। ଋଷିପ୍ରବର ଯିବାପାଇଁ ବ୍ୟସ୍ତ ହେବାରୁ ତାରି କିଶୋରୀ କନ୍ୟା ‘ମତ୍ସ୍ୟଗନ୍ଧା’ ଡଙ୍ଗାନେଇ ଋଷିଙ୍କ ସେବା ଉଦ୍ଦେଶ୍ୟରେ ନଦୀପାର କରିଦେବା ପାଇଁ ବାହାରି ପଡ଼ିଥିଲା। ନଦୀ ମଧ୍ୟରେ ଡଙ୍ଗା ଚାଲିଥିବା ସମୟରେ କିଶୋରୀ ଅପ୍ରାପ୍ତ ବୟସ୍କା ମତ୍ସ୍ୟଗନ୍ଧାର ରୂପଲାବଣ୍ୟରେ ଋଷିପ୍ରବର ଆସକ୍ତ ହୋଇଥିଲେ। ଏବଂ ଅନଙ୍ଗ ବାଣରେ ଜର୍ଜ୍ଜରିତ ହୋଇଯାଇ ଥିଲେ। ଯଦିଓ ଋଷିପ୍ରବର ଅତ୍ୟନ୍ତ ସଞ୍ଜମୀ ଏବଂ ବହୁ ଯୋଗଶକ୍ତିର ଅଧିକାରୀ ଥିଲେ, ତଥାପି ହରି ଇଚ୍ଛା ନିକଟରେ ନତ ମସ୍ତକ ହେବାପାଇଁ ବାଧ୍ୟ ହୋଇଥିଲେ। ବିଧିର ବିଧାନକୁ ରକ୍ଷା କରିବା ନିମନ୍ତେ ନିଜର ଅସୀମ ଯୋଗ ଶକ୍ତିଦ୍ବାରା ତତ୍‌କ୍ଷଣାତ ସେହି କିଶୋରୀ କନ୍ୟାକୁ ଯୁବତୀରେ ପରିଶତ କରିଥିଲେ। ଯୌବନରେ ସୁଲଭତା ପ୍ରାପ୍ତ ପରେ ‘ମତ୍ସ୍ୟଗନ୍ଧା’ ଦିବାଲୋକ ଯୋଗୁଁ ସଙ୍କୋଚ୍ଚ ପ୍ରକାଶ କରିବାକୁ ଅତ୍ୟନ୍ତ ଘଞ୍ଚ କୁହୁଡ଼ି ସୃଷ୍ଟି କରିଥିଲେ।

‘ମତ୍ସ୍ୟଗନ୍ଧାକୁ’ ‘ଯୋଜନଗନ୍ଧା’ ରେ ମଧ୍ୟ ପରିଣତ କରି ନିଜର କାମ ବାସନା ଚରିତାର୍ଥ କରିଥିଲେ। ଏହି ଅପୂର୍ବ ମିଳନ ଏବଂ ଯୋଗ ଶକ୍ତିର ପ୍ରଭାବରେ ଶ୍ରୀକୃଷ୍ଣ ଦ୍ବୈପାୟନ ବେଦବ୍ୟାସଙ୍କର ଜନ୍ମ ହୋଇଥିଲା। ଏହି ପାଳନ ସ୍ବୃତିକୁ ମନେ ରଖିବାକୁ ଲୋକମାନେ ସେହି ଦିନଠୁ ଏହି କ୍ଷେତ୍ରକୂ ବେଦବ୍ୟାସ ନାମରେ କହିବାକୁ ଲାଗିଲେ। ପରେ ପରେ ବେଦବ୍ୟାସ ଶୈବପୀଠ ପର୍ଯ୍ୟଟନ ତାଲିକାରେ ସ୍ଥାନ ପାଇଲା। ସ୍ମାର୍ଟସିଟି ଓ ରାଜ୍ୟ ସରକାରଙ୍କ ମଞ୍ଜୁର କୋଟି କୋଟି ଟଙ୍କାରେ ପୀଠର ସୌନ୍ଦର୍ଯ୍ୟମୂଳକ କାମ କରାଯାଇଛି। ବେଦବ୍ୟାସ କ୍ଷେତ୍ରରେ କେବଳ ବେଦବ୍ୟାସ ଆଶ୍ରମ ବ୍ୟତୀତ ବିଭିନ୍ନ ଦେବାଦେବୀ ମନ୍ଦିରରେ ପରିପୂର୍ଣ୍ଣ। ପୀଠ ପରିସରରେ ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀ ରଘୁନାଥ ମନ୍ଦିର, ଶ୍ରୀ ଦୁର୍ଗା ମନ୍ଦିର, ଶ୍ରୀ ହନୁମାନ ମନ୍ଦିର, ସରସ୍ବତୀ ମନ୍ଦିର, ଶ୍ରୀ ଚନ୍ଦ୍ରଶେଖର ଓ ଶ୍ରୀ ବାଲୁଙ୍କେଶ୍ବରଙ୍କ ଅତି ପ୍ରାଚୀନ ଓ ପ୍ରସିଦ୍ଧ ମନ୍ଦିର, ଶ୍ରୀ ରାଧାକ୍ରିଷ୍ଣ ମନ୍ଦିର, ଶ୍ରୀ ବିଶ୍ବନାଥ ମନ୍ଦିର ପରି ଅନେକ ଛୋଟ ବଡ ମନ୍ଦିର ରହିଛି। ସେମିତିକ୍ଷୀଣସ୍ରୋତା ସରସ୍ବତୀ ନଦୀର ଉତ୍ପତ୍ତି ସ୍ଥଳରେ ରହିଛି ମା ସରସ୍ବତୀ ମନ୍ଦି। ଶ୍ରୀ ବାଲୁଙ୍କେଶ୍ବର ମହଦେବଙ୍କ ମନ୍ଦିର ସମ୍ମୁଖରେ ୧୯୯୦ ମସିହାଠାରୁ ଆଜି ପର୍ଯ୍ୟନ୍ତ ଅଖଣ୍ଡ ମହାମନ୍ତ୍ର ନାମ ସଂକୀର୍ତ୍ତନ ହୋଇଆସୁଛି। ନିକଟରେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀଙ୍କ ଦ୍ବାରା ସ୍ଥାପିତ ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କର ଗୁରୁକୁଳ ବୈଦିକ ଆଶ୍ରମ ବିଦ୍ୟମାନ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।