କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ ସ୍ୱାସ୍ଥ୍ୟ

ଜାଗର ପାଇଁ କଟକଣା : ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍

ଭୁବନେଶ୍ବର ୯।୩: କରୋନା ମହାମାରୀକୁ ଦୃଷ୍ଟିର ରଖି ଜାଗର ଯାତ୍ରା ପାଇଁ ଜାରି ହୋଇଛି କଟକଣା । ମହାଶିବରାତ୍ରୀରେ ଅନୁଷ୍ଠିତ ହେଉଥିବା ଜାଗତ ଯାତ୍ରା ବେଳେ ସାଧାରଣତଃ ବହୁ ଜନସମାଗମ ହୋଇଥାଏ । ତେଣୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଏହି ଭିଡକୁ କମାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ଏହି କଟକଣା ଜାରି କରାଯାଇଛି । ଏହି ଗାଇଡ୍ ଲାଇନ୍ ଅନୁସାରେ ମହାଶିବରାତ୍ରୀ ଅବସରରେ ଶୈବପୀଠ ସହ ଅନ୍ୟାନ୍ୟା ଦେବାଦେବୀଙ୍କ ମନ୍ଦିରରେ ଭିଡ ଉପରେ ରୋକ୍ ଲଗାଯିବ । ମନ୍ଦିର ଭିତରେ ଓ ବାହାରେ ଜନ ଗହଳି ଉପରେ କଟକଣା ଲଗାଯାଇଛି । ଏହି ଅବସରରେ ବସୁଥିବା ମେଳା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମେଳାରେ ଅଧିକ ଲୋକ ସମାଗମ ହେତୁ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ ତେଣୁ ଏଭଳି ସ୍ଥିତିରେ ମେଳା ବସିବା ଉଚିତ୍ ।

କୋଭିଡ୍ ଗାଇଡ୍ ଲାଇନ୍‌କୁ ଦୃଷ୍ଟିରେ ରଖି ଶିବରାତ୍ରୀରେ ମନ୍ଦିର ଆସୁଥିବା ଭକ୍ତମାନେ ମନ୍ଦିର ପରିସରେ ଓ ବାହାରେ ବସିବା ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବେ । ଏହାସହ ଅନେୟ କୋଭିଡ୍ ନିୟମକୁ ମାନିବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ବାରା ଦର୍ଶାଯାଇଛି ।

ଏହି ସମୟରେ ଯେଉଁଭଳି କୋଭିଡ୍ କଟକଣା ପାଳନ ହେବ ସେଥିଲାଗି ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଜାଗରରେ ଅଧିକ ସଂଖ୍ୟାରେ ଜନ ସମାଗମ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ଯେଉଁମାନେ ଏହି କଟକଣାକୁ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ