ଅପରାଧ ରାଜ୍ୟ

ଜଳେଶ୍ଵରରେ ଚାଞ୍ଚଲ୍ୟ: ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଗିରଫ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ଥାନା ଅଧୀନସ୍ଥ ମହମ୍ମଦ ନଗର ପାଟଣା ପଞ୍ଚାୟତ କୁବାଡିଆ ଗ୍ରାମରେ ନିଜ ସ୍ତ୍ରୀକୁ ପିଟିପିଟି ମାରିଦେଇଛି ସ୍ଵାମୀ। ଆଜି ମହା ପଞ୍ଚକ ପର୍ବ ଆରମ୍ଭ ହେଉଥିବା ବେଳେ ଏପରି ଘଟଣାକୁ ନେଇ ଜଳେଶ୍ଵର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
କୁବାଡିଆ ଗ୍ରାମର କନ୍ଦା କିସ୍କୁଙ୍କ ସହ ଗାଁର ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଛି। ଏହି କାରଣରୁ ବିଭିନ୍ନ ସମୟରେ କନ୍ଦା ତାଙ୍କ ପତ୍ନୀ ଦୁର୍ଗୀ(୨୦)ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି କିଛି ଦିନ ତଳେ କନ୍ଦା ତାଙ୍କ ପତ୍ନୀଙ୍କୁ ଘରୁ ମାଡ଼ ମାରି ଘଉଡ଼ାଇ ଦେଇଥିଲେ। ସେହିଦିନଠାରୁ ଦୁର୍ଗୀ ତାଙ୍କ ୩ ବର୍ଷର ପୁଅ ଓ ୭ ବର୍ଷର ଝିଅ ସହ ସେହି ଗାଁରେ ତାଙ୍କ ବାପା ଧାନରାୟ କିସ୍କୁଙ୍କ ଘରେ ରହି ଆସୁଥିଲେ। ତେବେ ଦୁର୍ଗୀ ଙ୍କୁ ଜୀବନରୁ ମାରିଦେବେ ବୋଲି କନ୍ଦା ବିଭିନ୍ନ ସମୟରେ ଧମକ ଚମକ ମଧ୍ୟ ଦେଉଥିଲେ।

ଗତକାଲି ସନ୍ଧ୍ୟାରେ ଗାଁ ଏକ ନିଛାଟିଆ ସ୍ଥାନରେ ଦୁର୍ଗି ନିଜ ବାପା ଘରକୁ ଫେରୁଥିବା ବେଳେ ଏହି ସମୟରେ କନ୍ଦା ଅତର୍କିତ ଭାବେ ଆକ୍ରମଣ କରି ନିସ୍ତୁକ ମାଡ଼ ମାରିବା ସହ ହାତ ଗୋଡ଼ ଭାଙ୍ଗି ଦେଇ ପଳାଇଥିଲେ। ବିଳମ୍ବରେ ବାପ ଘର ଲୋକେ ଖବର ପାଇ ଘଟଣାସ୍ଥଳରୁ ଦୁର୍ଗୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ଘରକୁ ଆଣିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ଖବର ପାଇ ଆଜି ସକାଳେ ଜଳେଶ୍ଵର ଆଇଆଇସି ରୋଜାଲିନ ବେହେରା ଧାନରାୟ କିସ୍କୁଙ୍କ ଘର ସହ ଘଟଣାସ୍ଥଳକୁ ପରିଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ କନ୍ଦାକୁ ପୁଲିସ ଗିରଫ କରିଛି। ସେହିପରି ମୃତାଙ୍କ ମା ସାଲଗେ ତାଙ୍କ ଝିଅକୁ ଜ୍ବାଇଁ କନ୍ଦା ପିଟିପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।