ଅପରାଧ ରାଜ୍ୟ

ଜଳେଶ୍ବର ବାର୍ ଆସୋସିଏସନ୍‌ ସଭାପତିଙ୍କ ଘରୁ ଚୋରି: ୨୦ ଲକ୍ଷର ସୁନା ଗହଣା ଲୁଟ୍‌

ଭୁବନେଶ୍ୱର : ଜଳେଶ୍ବର ବାର୍ ଆସୋସିଏସନ୍‌ର ସଭାପତି ଅନୀଲ କୁମାର ପରିଡ଼ାଙ୍କ ଘରେ ପଶି ଦୁର୍ବୃତ୍ତ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନଗହଣା ଓ ନଗଦ ୧ଲକ୍ଷ ୭୦ହଜାର ଟଙ୍କା ଚୋରି କରି ନେଇଛନ୍ତି। ଏ ସଂପର୍କ‌ରେ ଶ୍ରୀ ପରିଡ଼ାଙ୍କ ସମ୍ପର୍କୀୟ ଅଭିଜିତ ମଙ୍ଗରାଜ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, ଶ୍ରୀ ପରିଡ଼ା ନୂଆପଲ୍ଲୀ ଏନ୍‌-୩/୭୪ରେ ରୁହନ୍ତି। ଗତ ୧୭ ତାରିଖ ସକାଳ ପ୍ରାୟ ୭ଟାରେ ସେ ଘର ତାଲା ପକାଇ ଜଳେଶ୍ଵର ଯାଇଥିଲେ। ସନ୍ଧ୍ୟାରେ ପଡ଼ୋଶୀ ରବୀନ୍ଦ୍ରନାଥ ବିଶ୍ବାଳ ତାଙ୍କୁ ଫୋନ୍ କରି ଘରୁ ଚୋରି ହୋଇଥିବା ସଂପର୍କରେ ସୂଚନା ଦେଇଥିଲେ। ଶ୍ରୀ ପରିଡ଼ା ନିଜ ସମ୍ପର୍କୀୟ ଅଭିଜିତ୍‌ଙ୍କୁ ଫୋନ୍‌ କରି ନୂଆପଲ୍ଲୀସ୍ଥିତ ଘରେ ପହଞ୍ଚିବାକୁ କହିଥିଲେ। ଅଭିଜିତ୍‌ ଘରେ ପହଞ୍ଚି ଲୁଟ୍ ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଶ୍ରୀ ପରିଡ଼ାଙ୍କ ଘରୁ ସୁନାଗହଣା ସମେତ ନଗଦ ଟଙ୍କା ମଧ୍ୟ ଚୋରି ହୋଇଥିବା ଏତଲାରେ ଦର୍ଶାଯାଇଛି। ଅପରପକ୍ଷେ ଏହି ଲୁଟ୍‌କୁ ପ୍ରାୟ ସପ୍ତାହେ ବିତି ଯାଇଥିଲେ ବି ଲୁଟେରା ଧରା ପଡ଼ି ନଥିବାରୁ ଆଜି ଡିସିପି ପ୍ରତୀକ ସିଂହ ନିଜେ ଘଟଣାସ୍ଥଳ ବୁଲି ତଦନ୍ତ କରିଛନ୍ତି। ନୂଆପଲ୍ଲୀ ଥାନା ଅଧିକାରୀଙ୍କ ସମେତ କର୍ମଚାରୀଙ୍କୁ ତାଗିଦ୍‌ କରିଛନ୍ତି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲୁଟେରାକୁ ଧରିବାକୁ କଡ଼ା ତାଗିଦ୍ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।