ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଜଳବାୟୁ ପରିବର୍ତ୍ତନ: ୩ ଶହ କୋଟି ଲୋକଙ୍କ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟା ଆଗକୁ ଭୟଙ୍କର ରୂପ ନେବାକୁ ଯାଉଛି। ଏକ ଅଧ୍ୟୟନ ଅନୁଯାୟୀ ୨୦୭୦ ସୁଦ୍ଧା ବିଶ୍ବରେ ପ୍ରାୟ ୩ ଶହ କୋଟି ଲୋକ ଏଭଳି ସ୍ଥାନରେ ରହୁଥି‌ବେ ଯେଉଁଠି ସହ୍ୟ କଲାଭଳି ତାପମାତ୍ରା ନଥିବ । ଯେଉଁ ପର୍ଯ୍ୟନ୍ତ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ର ନିର୍ଗମନରେ ହ୍ରାସ ପାଇବ ନାହିଁ, ସେ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଲୋକେ ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ବାଧ୍ୟ ହେବେ। ପୂରା ବିଶ୍ବ ଏବେ ତିନି ଡିଗ୍ରି ସେଲ୍‌ସିୟସ ତାପମାତ୍ରା ବୃଦ୍ଧି ଆଡ଼କୁ ଦ୍ରୁତ ଗତିରେ ମୁହାଁଇଛି। ଏଭଳି ସ୍ଥିତିରେ ବିଶ୍ବ ଜନସଂଖ୍ୟାର ଏକ ବଡ଼ ଭାଗ ଅସହ୍ୟ ଗରମର ସମ୍ମୁଖୀନ ହେବେ ବୋଲି ଜଳବାୟୁ ବିଶେଷଜ୍ଞ ଟିମ୍‌ ଲେଣ୍ଟନ୍‌ କହିଛନ୍ତି। ଯେଉଁ ଅଂଚଳରେ ଏହି ପରିବର୍ତ୍ତନର ପ୍ରଭାବ ଅଧିକ ଦେଖିବାକୁ ମିଳିବ, ସେଥିରେ ଅଷ୍ଟ୍ରେଲିଆ, ଭାରତ, ଆଫ୍ରିକା, ଦକ୍ଷିଣ ଆମେରିକା ଏବଂ ମଧ୍ୟପ୍ରାଚ୍ୟର କେତେକ ଅଂଚଳ ଅଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ