ରାଜ୍ୟ ସ୍ପେଶାଲ ରିପୋର୍ଟ

ଜରାଜୀର୍ଣ୍ଣ ପୁରାତନ ଗୋପୀନାଥ ଜିଉ ମନ୍ଦିର: ଗର୍ଭଗୃହରେ ଫାଟ, ଚରିଯାଇଛି ଚେର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ବିଭିନ୍ନ ଗଡଜାତ ଅଞ୍ଚଳ ମଧ୍ୟରେ ଦଶପଲ୍ଲା ଗଡ଼ଜାତ ସଂସ୍କୃତିର ପରମ୍ପରା ହେଉଛି ଅନ୍ୟତମ। ରାଜାରାଜୁଡ଼ା ଅମଳରୁ ପ୍ରତିଷ୍ଠିତ ଦଶପଲ୍ଲାର ସର୍ବପୁରାତନ ତଥା ବଡ଼ ମନ୍ଦିର ଭାବେ ରାଧାକାନ୍ତ, ଜଗନ୍ନାଥ, ମହାବୀର ଏବଂ ଗୋପୀନାଥ ମନ୍ଦିର ବେଶ୍ ଜଣାଶୁଣା। ଏସବୁ ମନ୍ଦିରର ସୁପରିଚାଳନା ଦାୟିତ୍ବ ଏବେ ଦେବୋତ୍ତର ବିଭାଗ ଅଧୀନରେ। ବଡ଼କଥା ହେଉଛି, ଦେବୋତ୍ତର ବିଭାଗର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ହେତୁ ଦଶପଲ୍ଲା ଗଡ଼ଜାତ ସଂସ୍କୃତିରେ ଜରାଜୀର୍ଣ୍ଣ ହୋଇ ପଡ଼ିଲାଣି ମନ୍ଦିର ମାଳିନୀ। ଏହି ୪ଟି ମନ୍ଦିର ମଧ୍ୟରୁ ଗୋପୀନାଥ ଜିଉ ମନ୍ଦିରରେ ପୂଜା ପାଉଥିବା ଦିଅଁଙ୍କ ଆକାର ଜିଲ୍ଲାର ବିଭିନ୍ନ ମନ୍ଦିର ତୁଳନାରେ ବଡ଼ ଥିବା କୁହାଯାଉଛି। ମାତ୍ର ଏହାର ଅବସ୍ଥା ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇ ପଡ଼ିଲାଣି। ମନ୍ଦିର ଚୂଡ଼ାରେ ବଡ଼ବଡ଼ ଗଛ ଉଠି ଠିଆ ହେଲାଣି। ଗର୍ଭଗୃହ ବା ଭିତର ଗୁମୁଟରେ ବିରାଟ ଫାଟ ସୃଷ୍ଟି ହେବା ସହ ଛେଲା ଛାଡ଼ିଲାଣି। ଯାହାକି ମନ୍ଦିର ଚୂଡ଼ାରେ ଥିବା ଗଛର ଚେର ମନ୍ଦିର ଭିତରକୁ ପ୍ରବେଶ କରିବା ସହ ଅସରାଏ ବର୍ଷା ହେଲେ ମନ୍ଦିରରେ ଆଣ୍ଠୁଏ ଲେଖାଏଁ ପାଣି ଜମୁଛି। ଫଳରେ ମନ୍ଦିରଟି ଦିନକୁ ଦିନ ବିପଦସଂକୁଳ ହୋଇ ପଡ଼ିଲାଣି।

ଏବେ ଆଉ ଆଗଭଳି ମନ୍ଦିରରେ ପରମ୍ପରା ଦେଖିବାକୁ ମିଳୁନି। ପୂର୍ବରୁ କାନିକା, ଡାଲି, ତରକାରୀ, ଖଟା ଓ ଖିରି ଭଳି ଦୁଇ ଥାଳି ଭୋଗ ହେଉଥିବା ବେଳେ ଏବେ ଏହା ଗୋଟିଏ ଥାଳିକୁ ଆସିଲାଣି। ଏପରିକି ବିଭିନ୍ନ ସମୟରେ ମଧ୍ୟ ଭୋଗ ବନ୍ଦ ହୋଇଯାଉଛି। ପ୍ରତିବର୍ଷ ଚନ୍ଦନ ଯାତ୍ରାରେ ସ୍ଥାନୀୟ ବାବୁବସା ପୋଖରୀରେ ଠାକୁରଙ୍କ ଭଉଁରୀ ଯାତ୍ରା ବା ଚାପ ଖେଳ ଅନୁଷ୍ଠିତ ହୋଇଥାଏ। ଅଞ୍ଚଳର ଶତାଧିକ ଜନସାଧାରଣଙ୍କ ସମାଗମ ହୋଇଥାନ୍ତି। ମାତ୍ର ଏହି ଯାତ୍ରା ଏବେ କିଛିବର୍ଷ ଧରି ବନ୍ଦ ହୋଇଯାଇଛି। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ମନ୍ଦିର ବେଢ଼ାରେ ଥିବା ପୁରୁଣା କାରୁକାର୍ଯ୍ୟ ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ପୂର୍ବରୁ ଏଠାରେ ଅନେକ ସାଧୁସନ୍ଥ ରହୁଥିଲେ। ଏବେ ସେହି ସବୁ ଆଉ ଦେଖିବାକୁ ମିଳୁନାହିଁ।

ଗୋପୀନାଥ ଜିଉ ମନ୍ଦିର ଅଧୀନରେ ଅନେକ ଜମି ରହିଥିବା ବେଳେ ମନ୍ଦିର ସମ୍ମୁଖରେ ଥିବା ପ୍ରାୟ ୧୦ ବଖରା ଘର ଭଡ଼ାରେ ଲାଗିଛି। ପ୍ରତିବର୍ଷ ଜମିରୁ କର ଆଦାୟ ହେଉଥିବା ବେଳେ ଦୋକାନରୁ ଭଡ଼ା ମଧ୍ୟ ଆଦାୟ କରାଯାଉଛି। ମାତ୍ର ଏଥିପ୍ରତି ଦେବୋତ୍ତର ବିଭାଗର ଦୂରଦୃଷ୍ଟିର ଅଭାବ ପାଇଁ ମନ୍ଦିର ପାଚେରି ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଲାଣି। ଦୋକାନ ଘରଗୁଡ଼ିକ ମଧ୍ୟ ନଷ୍ଟ ହେଲାଣି। କିଛି ବ୍ୟକ୍ତି ମଧ୍ୟ ଠାକୁରଙ୍କ ଜାଗାକୁ ଅକ୍ତିଆର କରିଛନ୍ତି। ମନ୍ଦିରରେ ଜଣେ ପୂଜକ ଓ ଟହଲିଆ ରହିଛନ୍ତି। ସେମାନଙ୍କୁ ମାସିକ ୩୫୦ ଟଙ୍କା ହିସାବରେ ପାରିଶ୍ରମିକ ଦିଆଯାଉଥିବା ବେଳେ ତାହା ମଧ୍ୟ ଠିକ୍ ଭାବେ ଦିଆଯାଉନଥିବା ମନ୍ଦିରର ପୂଜକ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏନେଇ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ ଅଳ୍ପଦିନ ହେଲା କାର୍ଯ୍ୟରେ ଯୋଗ ଦେଇଥିବାରୁ କ’ଣ ହୋଇଛି ଦେଖିବା ପରେ ତୁରନ୍ତ ଦୃଷ୍ଟି ଦେବେ ବୋଲି କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।