ଅପରାଧ ଦେଶ ବିଦେଶ

ଜମ୍ମୁ-କାଶ୍ମୀର ଜେଲ ଡିଜିଙ୍କୁ ହତ୍ୟା, ବାସଭବନରୁ ମିଳିଲା ରକ୍ତାକ୍ତ ମୃତଦେହ

ଶ୍ରୀନଗର ୦୪।୧୦ : ଜମ୍ମୁ କଶ୍ମୀରର ଜେଲ ଡିଜି ଏଚ୍ କେ ଲୋହିଆଙ୍କୁ ହତ୍ୟା। ଜମ୍ମୁ ଉଦୟିୱାଲା ସ୍ଥିତ ଘରୁ ତାଙ୍କର ମୃତଦେହ ଠାବ ହୋଇଛି । ୫୭ ବର୍ଷୀୟ ଲୋହିଆଙ୍କ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ହତ୍ୟା ପରେ ତାଙ୍କୁ ଜଳାଇ ଦେବାକୁ ଅଭିଯୁକ୍ତ ଚେଷ୍ଟା ମଧ୍ୟ କରିଛି।

ତେବେ ଲୋହିଆଙ୍କ ଘରେ ସହାୟକ ଭାବେ କାମ କରୁଥିବା ବ୍ୟକ୍ତି ଜଣଙ୍କ ଫେରାର ଥିବାରୁ ତା ଉପରେ ସନ୍ଦେହ ରହିଛି। ଏହି ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ଟିଆରଏଫ୍ ନିଜ ଉପରକୁ ଦୋଷ ନେଇଛି। କେବଳ ସେତିକି ନୁହେଁ ଗୃହମନ୍ତ୍ରୀ ଏମିତ ଶାହାଙ୍କ ଗସ୍ତ ଆଗରୁ ଏହା ଏକ ଛୋଟ ଭେଟି ବୋଲି ଆତଙ୍କୀ ସଙ୍ଗଠନ TRF ବୟାନ ଜାରି କରିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି । ୧୯୯୨ ବ୍ୟାଚ୍ ଆଇପିଏସ୍ ଅଫିସର ହେମନ୍ତ ଲୋହିଆ ଗତ ଅଗଷ୍ଟ ମାସରେ ଜେଲ୍ ବିଭାଗର ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଥିଲେ। ଜମ୍ମୁ କାଶ୍ମୀର ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ ମୁକେଶ ସିଂହ କହିଛନ୍ତି, ତାଙ୍କ ଘରେ ସହାୟକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଜଣକ ଏବେ ଫେରାର ଅଛି ଏବଂ ତାକୁ ଧରିବା ପାଇଁ ପ୍ରୟାସ ଚାଲିଛି। ଫୋରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ