ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜମ୍ମୁ କଶ୍ମୀର: ପୁଞ୍ଚ ଜିଲ୍ଲା‌ରେ ଗୁଳି ବିନିମୟରେ ୪ ଆତଙ୍କବାଦୀ ନିହତ

ଜାମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲା‌ର ସିନ୍ଧରା ଅଞ୍ଚଳରେ ଏକ  ମିଳିତ ଅପରେସନରେ ସୁରକ୍ଷା ବଳ ଦ୍ବାରା ୪ ଜଣ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ନିହତ ହୋଇଛନ୍ତି।

ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ପ୍ରଥମେ ସୋମବାର ରାତି ୧୧.୩୦ ବେ‌ଳେ ହୋଇଥିଲା। ଯାହା ପରେ ସେଠାରେ ଡ୍ରୋନ୍ ସହିତ  ଅତ୍ୟ ରାତ୍ର ନୀରିକ୍ଷଣ ଉପକରଣ ମଧ୍ୟ ନିୟୋଜିତ କରାଯାଇଥିଲା।

ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଗୁଳି ବିନିୟମ‌ୟରେ ୪ ଆତଙ୍କବାଦୀଙ୍କ ଜୀବନ ଯାଇଛି। ଏ ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି କି ଘଟଣାସ୍ଥଳରୁ ଚାରିଟି ଏକେ-୪୭ ରାଇଫଲ୍‌, ଦୁଇଟି ପିସ୍ତଲ୍‌ ଜବତ ହୋଇଛି।

ଏହି ଅପରେସନରେ ଭାରତୀୟ ସେନାର ସ୍ପେଶାଲ ଫୋର୍ସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ କଶ୍ମୀରର ପୁଲିସ୍ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ। ଅପରେସନରେ ନିହତ ହୋଇଥିବା ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡୁଛି ବୋଲି ଭାରତୀୟ ସେନା ଅଧିକାରୀ କହିଛନ୍ତି। ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ