ମନୋରଞ୍ଜନ

ଜମ୍ମୁ-କଶ୍ମୀରର ଏକ ସ୍କୁଲ୍‌ ନିର୍ମାଣ କାର୍ଯ୍ୟ ପାଇଁ ୧ କୋଟି ଟଙ୍କା ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର କିଛି ଦିନ ଅନ୍ତରରେ କିଛି ନା କିଛି ସାମାଜିକ କଲ୍ୟାଣ କାର୍ଯ୍ୟ କରି ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ନିକଟରେ ଜାମ୍ମୁ କାଶ୍ମୀର ଗସ୍ତ କରି ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ଯବାନମାନଙ୍କୁ ଭେଟିଛନ୍ତି। ଜାମ୍ମୁ କାଶ୍ମୀରର ନେରୁ ଗ୍ରାମରେ ଏକ ବିଦ୍ୟାଳୟ ନିର୍ମାଣ ପାଇଁ ଏହି ଅଭିନେତା ୧ କୋଟି ଟଙ୍କା ଦାନ କରିଛନ୍ତି। ଗାଁଟି କଶ୍ମୀରର ବନ୍ଦିପୋରା ଜିଲ୍ଲାର।

ଅକ୍ଷୟ କୁମାର କେବଳ ଯବାନଙ୍କ ସହ ଫଟୋ ପୋଜ୍ ଦେଇନାହାନ୍ତି, ବରଂ ସେମାନଙ୍କ ସହ ନୃତ୍ୟ ପ୍ରଦର୍ଶନ ମଧ୍ୟ କରିଛନ୍ତି। କେବଳ ସେତିିକି ନୁହେଁ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଯବାନମାନଙ୍କ ଉଦେଶ୍ୟରେ ‌ଅକ୍ଷୟ ସ୍ମାରକୀରେ ପୁଷ୍ପ ମଧ୍ୟ ପ୍ରଦାନ କରିଛନ୍ତି।

ସେ ତାଙ୍କ ଗସ୍ତ କାଳର କିଛି ଫଟୋକୁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ପୋଷ୍ଟ୍‌ କରି ଲେଖିଛନ୍ତି, ‘ବିଏସ୍‌ଏଫ୍‌ ଯବାନଙ୍କ ସହ କିଛି ସ୍ମରଣୀୟ ମୁହୂର୍ତ୍ତ ବିତାଇଲି। ଏଠାକୁ ଆସି ପ୍ରକୃତ ହିରୋମାନଙ୍କୁ ଭେଟିବା ଏକ ନମ୍ର ଅନୁଭୂତି ଅଟେ। ମୋ ହୃଦୟ ସମ୍ମାନରେ ଭରିଗଲା।’

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ